(ଧନ୍ୟବାଦ Video) SUM ହସ୍ପିଟାଲରେ ନବୀନ: ଡାକ୍ତରଖାନା ବେଡରୁ ଭିଡିଓ ବାର୍ତ୍ତାରେ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ୱର: ହସ୍ପିଟାଲ ବେଡରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଲେ ଭିଡିଓ ବାର୍ତ୍ତା ।

ଡାକ୍ତରଙ୍କ ସାଙ୍ଗରେ ଆଲୋଚନା ସହ ଚିକିତ୍ସା ପାଇଁ ତିନି ଜଣିଆ ଡାକ୍ତରି ଟିମକୁ ଧନ୍ୟବାଦ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଜାରି ଭିଡିଓରେ ନବୀନ ପଟ୍ଟନାୟକ ବେଡରେ ଶୋଇଥିବାବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ପାଖରେ ଛିଡ଼ା ରହିଛନ୍ତି ।

ଭିଡିଓରେ ସେ କହିଛନ୍ତି, ପ୍ରିୟ ଭାଇ ଓ ଭଉଣୀମାନେ ଆପଣଙ୍କୁ ମୋର ନମସ୍କାର । ମୁଁ ଏବେ ସମ୍ ହସ୍ପିଟାଲରେ ଅଛି । ଏଠାକାର ଡାକ୍ତର ଏବଂ ଷ୍ଟାଫ୍ ମୋର ଭଲ ସୁନ୍ଦର ଯତ୍ନ ନେଉଛନ୍ତି ।

ମୋ ଆରୋଗ୍ୟ କାମନା ପାଇଁ ଧନ୍ୟବାଦ ଜଣାଇବା ସହ ଯଦି କେହି ମୋତେ ଦେଖା କରିବାକୁ ଚାହୁଁଚ ତେବେ ଆପଣମାନଙ୍କୁ ସ୍ୱାଗତ ବୋଲି ଭିଡିଓ ବାର୍ତ୍ତାରେ ନବୀନ କହିଥିବା ଶୁଣିବାକୁ ମିଳିଛି ।

ଗତକାଲି ସନ୍ଧ୍ୟାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ନବୀନଙ୍କୁ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସର୍ଭିକାଲ ଆଥ୍ରିଟିସ ରୋଗରେ ପୀଡ଼ିତ ନବୀନଙ୍କର ଗତ ମାସ ଜୁନ ୨୦ରେ ମୁମ୍ବାଇ କୋକିଳା ବେନ ହସ୍ପିଟାଲରେ ଅପରେଶନ୍ କରାଯାଇଥିଲା । ଜୁଲାଇ ୭ ତାରିଖରେ ନବୀନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ।