ବାପାଙ୍କ ସହ ଝଗଡ଼ା କରି ଘରୁ ଚାଲିଗଲା ୧୩ ବର୍ଷର ଝିଅ, ବାଟରେ ଜଗିଥିଲା ୪୦ ବର୍ଷୀୟ ସ୍ୱାମୀ

ନାବାଳିକାଙ୍କୁ ରେପ କରିବାକୁ ବାହାହେଲେ ଦରବୁଢ଼ା ଯୁବକ । ସ୍ୱାମୀ କବଳରୁ ବାହାରିବାକୁ ବୁଦ୍ଧି ଖଟାଇଲା ନାବାଳିକା ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଭରତ ନଗରରେ ଘଟିଯାଇଛି ଏକ ଜଘନ୍ୟ କାଣ୍ଡ । ଯେଉଁଥିରେ ଜଣେ ୧୩ ବର୍ଷର ଝିଅକୁ ୪୦ ବର୍ଷର ଯୁବକ ଜୋର ଜବରଦସ୍ତ ବାହା ହୋଇ ରେପ୍ କରିଥିବା କୁହାଯାଉଛି ।

ବାପାଙ୍କ ସହ ଯୁକ୍ତିତର୍କ ହେବା କାରଣରୁ ପୀଡ଼ିତା ଜୁଲାଇ ୨୧ ତାରିଖରେ ଟ୍ୟୁସନ ଯାଇ ଘରୁକ ଆଉ ଫେରି ନ ଥିଲେ । ଝିଅ ଘରକୁ ନ ଆସିବା ଯୋଗୁଁ ଘରଲୋକ ଥାନାରେ ଅପହରଣ ଅଭିଯୋଗ କଲେ ।

ନାବାଳିକାଙ୍କ ଘର ଦିଲ୍ଳୀ ଜେଜେ କଲୋନୀ ୱାଜିରପୁର । ଘରୁ ବାହାରି ନାବାଳିକା ଜଣକ ଟ୍ରେନରେ ମୀରଠ ଯାଇ ପହଞ୍ଚିଥିଲା । ସେଠାରେ ୨୦ ବର୍ଷୀୟ ଯୁବକ ବିକାଶ ତାଙ୍କୁ ଅପହରଣ କରି ଅଭିଯୁକ୍ତ ଆଶୁ ଘରକୁ ନେଇ ଆସିଥିଲା ।

ସେଠାରେ ୪୦ ବର୍ଷୀୟ ରାଜିବକୁ ସେମାନେ ନାବାଳିକାକୁ କିଛି ଟଙ୍କାରେ ବିକି ଦେଇଥିଲେ । ନାବାଳିକାର ଆଧାର କାର୍ଡ ବଦଳାଇ ସେଥିରେ ପୀଡ଼ିତାଙ୍କ ବୟସକୁ ବଢ଼ାଇ ଦେଇଥିବା ଡିଏସପି କହିଛନ୍ତି ।

ରାଜିବ ନାବାଳିକାକୁ ଘରକୁ ଆଣି ଜରବଦସ୍ତି ବାହା ହୋଇଗଲା । ଏହାପରେ ନାବାଳିକାଙ୍କୁ ରେପ୍ କରିଥିଲା । ପୀଡ଼ିତା ରାଜିବ ଫୋନରୁ ନିଜ ଘରକୁ ମିସ୍ କଲ କରିଥିଲେ ।

ପୀଡ଼ିତାଙ୍କ ଘରଲୋକେ ପୁଣିଥରେ ଯେତେବେଳେ କଲ୍ ବ୍ୟାକ୍ କରିଥିଲେ, ସେତେବେଳେ ଏ କଥା ଜାଣିପାରି ରାଜିବ ଫୋନ୍ କାଟି ଦେଇଥିଲେ । ହେଲେ ପୋଲିସ ଅଧିକାରୀ ଏହି ନମ୍ବରକୁ ଟ୍ରାକ କରି ପୀଡ଼ିତାଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ।