କେବେ ଏବଂ କାହାକୁ ବିବାହ କରିବା ଉଚିତ? ଜୟା କିଶୋରୀ କହିଦେଲେ ଏହି ବଡ଼ କଥା…

ଭାରତର ପ୍ରସିଦ୍ଧ ପ୍ରବଚକ ଏବଂ ମୋଟିଭେସନାଲ ସ୍ପିକର ଜୟା କିଶୋରୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ (JayaKishori Motivation) ରେ ଏକ ଭିଡିଓ ସେୟାର କରି ବିବାହ ଉପରେ ଏକ ବଡ଼ କଥା କହିଛନ୍ତି ।

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ପ୍ରବଚକ ଏବଂ ମୋଟିଭେସନାଲ ସ୍ପିକର ଜୟା କିଶୋରୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ (JayaKishori Motivation) ରେ ଏକ ଭିଡିଓ ସେୟାର କରି ବିବାହ ଉପରେ ଏକ ବଡ଼ କଥା କହିଛନ୍ତି ।

କେବେ ବିବାହ କରିବା ଉଚିତ? କାହାକୁ ବିବାହ କରିବା ଉଚିତ? ସାଥୀ କିପରି ହେବା ଉଚିତ? … ବିବାହ ବିଷୟରେ ଏପରି ଅନେକ ପ୍ରଶ୍ନ ପ୍ରାୟତଃ ସମସ୍ତଙ୍କ ମନରେ ଆସେ। ପ୍ରସିଦ୍ଧ ପ୍ରବଚକ ତଥା ମୋଟିଭେସନାଲ ସ୍ପିକର ଜୟା କିଶୋରୀ ତାଙ୍କ କିଛି ଭିଡିଓରେ ଏହି ପ୍ରଶ୍ନଗୁଡ଼ିକର ଏକ ଚମତ୍କାର ଉତ୍ତର ଦେଇଛନ୍ତି।

ଜୟା କିଶୋରୀ କୁହିଛନ୍ତି ଯେ, କେହି ପ୍ରତିଦିନ ବିବାହ କରନ୍ତି ନାହିଁ, ତେଣୁ ଆମେ ଏହି ବିଷୟରେ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ। ବିବାହ ବିଷୟରେ ଜୟା କିଶୋରୀଙ୍କ ମତ କ’ଣ ଜାଣନ୍ତୁ।

କେବେ ବିବାହ କରିବା ଉଚିତ?

ଜୟା କିଶୋରୀ କୁହନ୍ତି ଯେ ବିବାହ ସେତେବେଳେ ହେବା ଉଚିତ ଯେତେବେଳେ ପୁଅ ଏବଂ ଝିଅ ଉଭୟ ମ୍ୟାଚୁର୍ଡ ବା ବୁଝିଲା ସୁଝିଲା ପରି ହୋଇଯାନ୍ତି, ଉଭୟ ଖୁସି ଥାଆନ୍ତି ଏବଂ ଏକ ନୂତନ ଜୀବନ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥାଆନ୍ତି। ବିବାହ ପ୍ରଦର୍ଶନ ପାଇଁ କରାଯାଏ ନାହିଁ । ବିବାହ ପ୍ରେମର ଏକ ବନ୍ଧନ । ଜଣେ ବ୍ୟକ୍ତିକୁ ସାରା ଜୀବନ କାହା ସହିତ ବିତାଇବାକୁ ପଡ଼ିଥାଏ, ତାହା ମଧ୍ୟ ଗୋଟିଏ କୋଠରୀରେ। ଏଥିପାଇଁ, ତୁମକୁ ଭାବିଚିନ୍ତି କାମ କରିବାକୁ ପଡିବ।

ବିବାହ କରିବା ସମୟରେ, ନିଶ୍ଚିତ ଭାବରେ ଏହି କଥା ଉପରେ ଧ୍ୟାନ ଦିଅ

ଜୟା କିଶୋରୀ ଏକ ସେମିନାରରେ କହିଥିଲେ ଯେ, ତୁମେ କେଉଁ ପ୍ରକାରର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ? ଜୟା କିଶୋରୀ କୁହନ୍ତି ଯେ, ବିବାହ ଅନେକ ଜନ୍ମର ସମ୍ପର୍କ । ତେଣୁ ବିବାହର ନିଷ୍ପତ୍ତି ଭାବିଚିନ୍ତି ନେବା ଉଚିତ। ବିବାହର ନିଷ୍ପତ୍ତି ନେବା ପୂର୍ବରୁ, ତୁମର ସାଥୀର ସ୍ୱଭାବକୁ ଭଲ ଭାବରେ ଜାଣ । କାରଣ ତୁମକୁ ତୁମର ସାରା ଜୀବନ ସେହି ବ୍ୟକ୍ତିଙ୍କ ସହିତ ବିତାଇବାକୁ ପଡିବ। ଯଦି ତୁମେ ତୁମର ସାଥୀର ସ୍ୱଭାବକୁ ବୁଝିଛ, ତେବେ ହିଁ ବିବାହର ନିଷ୍ପତ୍ତି ନିଅ। ତୁମେ ଏପରି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ ଯାହାର ସମସ୍ତ ଗୁଣକୁ ତୁମେ ପସନ୍ଦ କର । ବରଂ ତୁମେ ଏପରି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ଯାହାର ତ୍ରୁଟିକୁ ବା ତାର କମିକୁ ତୁମେ ଗ୍ରହଣ କରିପାରୁଥିବା ଦରକାର।