NEET PG Result 2025: ୨.୪୨ ଲକ୍ଷ ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ, NBEMS ପ୍ରକାଶ କରିଛି NEET PG ୨୦୨୫ ଫଳାଫଳ
ପ୍ରକାଶ ପାଇଲା ନିଟ୍ ପିଜି ରେଜଲ୍ଟ ।
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ ଏକଜାମିସନ ଇନ ମେଡିକାଲ ସାଇନ୍ସ(NBEMS) ମଙ୍ଗଳବାର ସନ୍ଧ୍ୟାରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) PG 2025 ର ଫଳାଫଳ ଘୋଷଣା କରିଛି। ଏହା ସହିତ, NEET PG 2025 ରେ ପରୀକ୍ଷା ଦେଇଥିବା 2.42 ଲକ୍ଷ ପ୍ରାର୍ଥୀଙ୍କ ଫଳାଫଳ ପାଇଁ ଅପେକ୍ଷାର ଅନ୍ତ ଘଟିଛି।
NBEMS ଏହି ବର୍ଷ ମଧ୍ୟ NEET PG ର ଫଳାଫଳ 16 ଦିନ ମଧ୍ୟରେ ଘୋଷଣା କରିଛି । ପୂର୍ବରୁ 2024 ବର୍ଷରେ, NBEMS 13 ଦିନ ମଧ୍ୟରେ NEET PG ର ଫଳାଫଳ ପ୍ରକାଶ କରିଥିଲା।
NBEMS ଓ୍ବେବସାଇଟରେ କିପରି ଦେଖିବେ ରେଜଲ୍ଟ- NBEMS ଦ୍ୱାରା ଏହାର ଅଫିସିଆଲ୍ ୱେବସାଇଟରେ NEET PG 2025 ଫଳାଫଳ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ NBEMS ର ଅଫିସିଆଲ୍ ୱେବସାଇଟ୍ natboard.edu.in ଏବଂ nbe.edu.in କୁ ଯାଇ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ ।
ସର୍ବପ୍ରଥମେ NBEMS natboard.edu.in ଏବଂ nbe.edu.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ ।
ୱେବସାଇଟର ହୋମ୍ ପେଜରେ NEET PG 2025 ର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ, ଏହା ଲଗଇନ୍ ପୋର୍ଟାଲ୍ ଖୋଲିବ ।
ଲଗଇନ୍ ପୋର୍ଟାଲରେ, ପ୍ରାର୍ଥୀମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର, ପଞ୍ଜିକରଣ ID, ଜନ୍ମ ତାରିଖ ଏବଂ ପାସୱାର୍ଡ ଲେଖି ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।
ଆପଣ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବା ମାତ୍ରେ ଫଳାଫଳ ଖୋଲିଯିବ ।
ଫଳାଫଳ ଅର୍ଥାତ୍ ସ୍କୋରକାର୍ଡ ଡାଉନଲୋଡ୍ କରାଯାଇପାରିବେ ।
ୱେବସାଇଟ୍ କ୍ରାସ- NBEMS ଦ୍ୱାରା NEET PG 2025 ର ଫଳାଫଳ ପ୍ରକାଶ ପାଇଛି । କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରେ NBEMS ର ଉଭୟ ୱେବସାଇଟ୍ କ୍ରାସ୍ ହୋଇଯାଇଛି । ଏହା ଯୋଗୁଁ ପ୍ରାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।