ବେକ କାଟିଦେଲେ, ଖଣ୍ଡ ଖଣ୍ଡ କରି ନଦୀ, କୂଅରେ ଫିଙ୍ଗିଲେ, ବାହା ପାଇଁ ଜିଦ୍ ନେଲା ଜୀବନ

ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଝାନ୍ସୀରେ ପୂର୍ବତନ ସରପଞ୍ଚ ତାଙ୍କ ପ୍ରେମିକାଙ୍କୁ ନିର୍ମମ ଭାବରେ ଗଳାକାଟି ହତ୍ୟା କରିଥିଲେ।

ଏହା ପରେ ସେ ପ୍ରେମିକାଙ୍କ ମୃତଦେହକୁ ୭ ଖଣ୍ଡ କରିଥିଲେ। ତା’ପରେ ସେ ଗୋଟିଏ ବସ୍ତାରେ ୩ ଖଣ୍ଡ ରଖି କୂଅରେ ଫିଙ୍ଗି ଦେଇଥିଲେ। ଅବଶିଷ୍ଟ ୪ ଖଣ୍ଡଗୁଡ଼ିକୁ ୭ କିଲୋମିଟର ଦୂର ନଦୀରେ ଫିଙ୍ଗି ଦେଇଥିଲେ।

ଏବେ ପୋଲିସ ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଏବଂ ପୂର୍ବତନ ସରପଞ୍ଚଙ୍କୁ ଗିରଫ କରିଛି।

ହତ୍ୟାକାଣ୍ଡ କିପରି ପ୍ରକାଶ ପାଇଲା?

ପ୍ରକୃତରେ, ହତ୍ୟାର ୪ ଦିନ ପରେ ଅଗଷ୍ଟ ୧୩ ତାରିଖରେ କୂଅ ଭିତରେ ଦୁଇଟି ବସ୍ତାରେ ଦୁଇଟି ଖଣ୍ଡ ଉଦ୍ଧାର କରାଯାଇଥିଲା।

ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ୧୮ଟି ପୋଲିସ ଟିମ୍ ମିଳିତ ଭାବରେ ମଙ୍ଗଳବାର ଦିନ ମୃତଦେହକୁ ରଚନା ଯାଦବ ବୋଲି ଚିହ୍ନଟ କରିଥିଲେ।

ତା’ପରେ ତଦନ୍ତରୁ ଜଣାପଡ଼ିଥିଲା ମାହେବା ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ପଟେଲ ଏବଂ ତାଙ୍କ ଭଣଜା ସନ୍ଦୀପ ପଟେଲ ଥିଲେ ଏହି ଘଟଣାର ମୁଖ୍ୟ ଖଳନାୟକ।

ପୋଲିସ ଆଜି ନଦୀ ଭିତରୁ ମହିଳାଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ଅଂଶ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ପ୍ରେମିକାଙ୍କୁ ହତ୍ୟା କରିବାରେ ପୂର୍ବତନ ସରପଞ୍ଚଙ୍କ ଦୁଇ ସହଯୋଗୀ ମଧ୍ୟ ସାମିଲ ଥିଲେ।

ଜଣେ ଅଭିଯୁକ୍ତ ପ୍ରଦୀପ ଓରଫ ଦୀପକ ଅହିରୱାର ଏବେ ବି ଫେରାର୍ ଅଛି।

ମହିଳାଙ୍କୁ କାହିଁକି ହତ୍ୟା କରାଯାଇଥିଲା?

ମହିଳା ତାଙ୍କ ପୂର୍ବତନ ସ୍ୱାମୀ ଏବଂ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ। ସଞ୍ଜୟ ପଟେଲ ଏହାର ବୁଝାସୁଝା କରୁଥିଲେ। ଏହି ସମୟରେ ସେମାନଙ୍କର ସମ୍ପର୍କ ଗଢି ଉଠିଥିଲା।

ସଞ୍ଜୟ ପଟେଲ ମଧ୍ୟ ମହେବାର ପୂର୍ବତନ ସରପଞ୍ଚ ଥିଲେ। ପରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ପାଟିତୁଣ୍ଡ ହୋଇଥିଲା। ଯାହା ପାଇଁ ପ୍ରେମିକକୁ ରାସ୍ତାରୁ ହଟାଇ ଦେଲେ ପୂର୍ବତନ ସରପଞ୍ଚ।

ପୋଲିସକୁ ଭୁଆଁ ବୁଲାଇବା ପାଇଁ ଷଡଯନ୍ତ୍ର

ମୃତ ଦେହ ଭିନ୍ନ ଭିନ୍ନ ବସ୍ତାରେ ମିଳିଥିବାରୁ ଚିହ୍ନଟ କରିବା କଷ୍ଟକର ଥିଲା। ଏହି ମାଟି କେଉଁଠାରେ ମିଳିଛି ତାହା ଜାଣିବା ପାଇଁ ବସ୍ତାରେ ଥିବା ଇଟାର ମାଟି ପରୀକ୍ଷା ମଧ୍ୟ କରାଯାଇଥିଲା।

ଏହି ସମୟ ମଧ୍ୟରେ ପୋଲିସ ପାଖରେ ଜଣେ ମହିଳା ନିଖୋଜ ଥିବା ଖବର ପହଞ୍ଚିଥିଲା। ଏହା ପରେ, ତଦନ୍ତ ଜୋରସୋରରେ କରାଯାଇଥିଲା।

ନିଖୋଜ ଅଂଶ ମିଳିଛି। ପ୍ରଥମେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ପରେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇଥିଲା।

ଏହି ଅହତ୍ୟା ମାମଲାର ସମାଧାନ ପାଇଁ, ଡିଆଇଜି ରେଞ୍ଜ ପୋଲିସ ଦଳକୁ ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି।