ସ୍କୁଲ-କଲେଜ ଛୁଟି; ଲୋକଙ୍କୁ କଲବଲ କଲାଣି ବର୍ଷା

ପ୍ରବଳ ବର୍ଷା ପାଇଁ ସତର୍କତା ଜାରି, ସ୍କୁଲ କଲେଜ ସବୁ ବନ୍ଦ

ନୂଆଦିଲ୍ଲୀ: ଆଜି ଗୁଜୁରାଟରେ ପ୍ରବଳ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଆଇଏମଡି ଗୁଜୁରାଟ ପାଇଁ ରେଡ୍ ଆଲର୍ଟ ଜାରି କରିଛି।

ସେହିପରି ହିମାଚଳରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି। ଦିଲ୍ଲୀରେ ମଧ୍ୟ ପାଗ ସ୍ୱାଭାବିକ ରହିବ। ହେଲେ ଆର୍ଦ୍ରତା ଯୋଗୁଁ ଏଠାରେ ଅଧିକ ଗରମ ହୋଇପାରେ। ସେହିପରି, ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଖରାପ ରହିଛି। ଏଠାରେ ଗୁରୁବାର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ବେହାଲ କଲାଣି ବର୍ଷା: ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଏଥିପାଇଁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି। ପ୍ରବଳ ବର୍ଷା ପାଇଁ ଉନା, କୁଲୁ ଏବଂ ମାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି।

ଉନାର ଆମ୍ବ ଏବଂ ଗାଗ୍ରେଟ୍ ଉପଖଣ୍ଡରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଛି। କୁଲୁ ଏବଂ ମାଣ୍ଡି ଜିଲ୍ଲାର ମନାଲି ଏବଂ ବଞ୍ଜାର ଅଞ୍ଚଳରେ ହଠାତ୍ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ପରେ ସ୍କୁଲଗୁଡ଼ିକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।

ମୁମ୍ବାଇବାସୀ ଅସ୍ତବ୍ୟସ୍ତ: ବୁଧବାର ଦିନ ବର୍ଷାର ତୀବ୍ରତା ହ୍ରାସ ପାଇବାରୁ ମୁମ୍ବାଇବାସୀ ଆଶ୍ୱସ୍ତି ପାଇଛନ୍ତି। ଗୁରୁବାର ପାଇଁ ଏଠାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ତଥାପି ପରିସ୍ଥିତି ପୂର୍ବାପେକ୍ଷା ଭଲ ହେବ ବୋଲି ଆଶା କରାଯାଉଛି। ଏଠାରେ ସ୍କୁଲ ଏବଂ କଲେଜ ମଧ୍ୟ ଖୋଲିଛି। ବର୍ଷାର ତୀବ୍ରତା ହ୍ରାସ ପାଇବା ନେଇ ଆଇଏମଡି ପୂର୍ବାନୁମାନ କରିଛି।