ହାଇସ୍ପିଡରେ ଚଲାଉଥିଲେ ବୁଲେଟ୍, ଦୁର୍ଘଟଣାରେ ଚାଲିଗଲା 2 ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ

ଭୁବନେଶ୍ବର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା 2 ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ ।

ଭୁବନେଶ୍ବର : ରାଜଧାନୀରେ ବିଳମ୍ବିତ ରାତିରେ ଦୁର୍ଘଟଣା, ଦୁଇ ବୁଲେଟ ଆରୋହୀ ମୃତ । ଭୁବନେଶ୍ବର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁଇ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ପରେ ଗଛ ଓ କାରକୁ ଧକ୍କା ଦେଇଥିଲା ।

ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ଵେସ ସତ୍ୟଦର୍ଶନ ଦାସ । ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ସୂଚନା ମିଳିଛି ।

ସୂଚନା ଥାଉକି, ବିଳମ୍ୱିତ ରାତିରେ ଦୁଇ ଜଣ ଯୁବକ ହାଇ ସ୍ପିଡରେ ବାଇକ ଚଲାଇ ଯାଉଥିଲେ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ଭାରସାମ୍ୟ ହରାଇଥିଲା ଗାଡି । ସେହି ସମୟରେ ଗାଡିର ବେଗ ଅଧିକ ଥିବାରୁ ଇଲେକ୍ଟ୍ରିକ୍ ପୋଲ, ଗଛ ଓ ପାର୍କିଂରେ ଥିବା କାର୍ ସହ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।