(Viral Video) ବାହାଘରର ମାତ୍ର ୫ ଦିନ ପରେ ପ୍ରେମିକ ସହ କାରରେ ରୋମାନ୍ସ କରୁଥିଲା ସ୍ତ୍ରୀ, ଦେଖିଦେଲା ସ୍ୱାମୀ; ତା’ ପରେ…
ପ୍ରେମିକ ସହ ରୋମାନ୍ସ କରୁଥିଲା ସ୍ତ୍ରୀ । ଦେଖିଦେଲା ସ୍ୱାମୀ ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ଯେଉଁଥିରୁ କିଛି ଲୋକଙ୍କୁ ମନୋରଞ୍ଜନ ଯୋଗାଉଛି ତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଯୋଗାଇବାରେ ସାହାଯ୍ୟ କରୁଛି ।
ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ସ୍ୱାମୀ ତା’ ସ୍ତ୍ରୀକୁ ପ୍ରେମିକ ସହ ରୋମାନ୍ସ କରୁଥିବାର ଦେଖୁଛି ।
ଭିଡିଓରେ ଯୁବତୀଜଣକ ପ୍ରେମିକ ସହ କାରରେ ବସିଥିବାବେଳେ ସେଠାରେ ଯାହାଇ ପହଞ୍ଚିଯାଉଛନ୍ତି ତାଙ୍କ ସ୍ୱାମୀ । କାରକୁ ଅଟକାଇ ସ୍ତ୍ରୀଙ୍କୁ ପଚାରୁଛନ୍ତି, ତୁମେ ଏମିତି କେମିତି କଲ ।
ବାହାଘରର ୫ ଦିନ ପରେ ବାପଘରକୁ ଯିବା କଥା କହି ପ୍ରେମିକ ସହ ବୁଲୁଛ । ମୁଁ ତୁମ ପାଇଁ କ’ଣ ନ କରିଛି । ତୁମେ ପାଇଁ ମୁଁ ମୋ ସାଙ୍ଗ ସାଥୀ ଛାଡ଼ି ଦେଲି ହେଲେ ତୁମେ ଏମିତି ମୋ ସହ କେମିତି କଲ ବୋଲି ସ୍ୱାମୀ ପ୍ରଶ୍ନ କରୁଛି ।
ମହିଳା ଜଣକ କିଛି ନ କହି ସେମିତି କାରରେ ବସିଥିବାର ଦେଖିବାକୁ ମିଳିଛି । ପାଖରେ ଥିବା ତାଙ୍କ ପ୍ରେମିକ ମଧ୍ୟ ଯୁବତୀଙ୍କ ସ୍ୱାମୀଙ୍କୁ ଚାହିଁ ରହିଛନ୍ତି ।
ତେବେ ଏ ପ୍ରକାର ଘଟଣା କିଛି ନୂଆ ନୁହେଁ । ସମାନ ଘଟଣା ପ୍ରତିଦିନ ଖବରକାଗଜ ନ୍ୟୁଜରେ ଶୁଣିବାକୁ ମିଳୁଛି । ପରକୀୟାପ୍ରୀତି କରିବା ଯେତିକି ମଜା ଲାଗେ । ତାହା ଧରାପଡ଼ିଗଲେ ସେତିକି କଷ୍ଟ ଦିଏ । ସେଥିପାଇଁ ଏପ୍ରକାର ଜିନିଷଠାରୁ ଦୂରରେ ରହିବା ଉଚିତ୍ ।
କାରଣ ଏ ପ୍ରକାର ଘଟଣା ଯୋଗୁ ଚାରିଆଡ଼େ ଅପରାଧିକ କାରବାର ଘଟିବାରେ ଲାଗିଛି ।
Extra-Marital affair Kalesh (Husband caught his wife with her ex after 5 days of marriage)
pic.twitter.com/PZMWFHob1w— Ghar Ke Kalesh (@gharkekalesh) August 21, 2025