ମିଶିଯିବ BSE ଓ CHSE, ହେବେ ଗୋଟିଏ ବୋର୍ଡ, କ’ଣ ହେବ ଲାଭ କେତେ ରହିବ କ୍ଷତି, ଜାଣନ୍ତୁ ଏ ରିପୋର୍ଟରେ…

BSE ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ତିଆରି କରିବା ସହ ବୋର୍ଡ ପରୀକ୍ଷା ପରିଚାଳନା କରିଥାଏ। ଏଥିସହ ବର୍ଷା ସାରା ଓଟିଇଟି, ଓଏସଟିଟି, ବୃତ୍ତି, ଅଲମ୍ପିୟାଡ ଭଳି ପରୀକ୍ଷା ମଧ୍ୟ ପରିଚାଳନା କରିଥାଏ ।

ଓଡ଼ିଶା ଭାସ୍କର: ରାଜ୍ୟ ସରକରାଙ୍କ ବଡ଼ ନିଷ୍ପତ୍ତି । ଏଣିକି ମିଶିଯିବ ଦଶମ ଓ ଦ୍ବାଦଶ ବୋର୍ଡ ।  ପରୀକ୍ଷାରେ ସ୍ବଚ୍ଛତା ଓ ସିଲାବସ ପ୍ରସ୍ତୁତିରେ  ଫାଇଦା ହେବ ବୋଲି ଶିକ୍ଷାବିତ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଗୋଟିଏ କାର୍ଯ୍ୟାଳୟରୁ ପରିଚାଳିତ ହେବ ।

ସ୍କୁଲ ଶିକ୍ଷାରେ ଉନ୍ନତି, ସ୍ବଚ୍ଛ ଓ ନିରପେକ୍ଷତାର ସହ ପରୀକ୍ଷା ପରିଚାଳନା ପାଇଁ ଜାତୀୟ ଶିକ୍ଷା ନୀତି ଆଧାରରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ଦଶମ ଓ ଦ୍ବାଦଶ ବୋର୍ଡ ମିଶି ଗୋଟିଏ ବୋର୍ଡ ହେବ। ଅର୍ଥାତ ମାଧ୍ୟମିକ ଶିକ୍ଷା ପରିଷଦ- ବିଏସଇ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- ସିଏଚଏସଇ ମିଶିଯିବ । ଦୁଇଟି ଯାକ ବୋର୍ଡର ପରୀକ୍ଷା ପରିଚାଳନା ହେବ ଗୋଟିଏ ସ୍ଥାନରୁ। ପ୍ରଥମରୁ ଦ୍ବାଦଶ ଯାଏଁ ସିଲାବସ ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ଗୋଟିଏ ବୋର୍ଡ ଅଧୀନରେ ହେବ । ଏହାଦ୍ବାରା ଅନେକ ଫାଇଦା ହୋଇପାରିବ ବୋଲି ଶିକ୍ଷାବିତମାନେ କହିଛନ୍ତି ।

ପଢ଼ନ୍ତୁ ଅଧିକ ଖବର..ଆଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ଆଉ କେହି କରି ପାରିବେନି…

ଗୋଟିଏ ବୋର୍ଡ ହେଲେ କଣ ଫାଇଦା ? ୧. ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ବିଭ୍ରାଟକୁ ରୋକିହେବ ୨. ପରୀକ୍ଷା ପରିଚାଳନା ଓ କମାଣ୍ଡ ଗୋଟିଏ ସ୍ଥାନରୁ ହେବ ୩. CHSEର ପରୀକ୍ଷା ପରିଚାଳନା ଅଭିଜ୍ଞତା କାର୍ଯ୍ୟରେ ଲାଗିବ ୪. ଏକାଧିକ ସଂସ୍ଥାକୁ ଅଲଗା ଅଲଗା କାମ କରିବାକୁ ପଡ଼ିବ ନାହିଁ ୫. ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ ଗୋଟିଏ ବୋର୍ଡ ସହଜରେ କରିବ ୬. ଦଶମ ପଞ୍ଜୀକରଣ ଥିବା ପିଲାଙ୍କୁ ଦ୍ବାଦଶ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ ୭. ଡାଟାବେସ୍‌ରେ ନାଁ ଥିବାରୁ ପଞ୍ଜୀକରଣ ପାଇଁ ଅଲଗା ଅର୍ଥ ଦେବାକୁ ପଡ଼ିବ ନାହିଁ ।

ମାଧ୍ୟମିକ ଶିକ୍ଷା ପରିଷଦ-BSE ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ତିଆରି କରିବା ସହ ବୋର୍ଡ ପରୀକ୍ଷା ପରିଚାଳନା କରିଥାଏ। ଏଥିସହ ବର୍ଷା ସାରା ଓଟିଇଟି, ଓଏସଟିଟି, ବୃତ୍ତି, ଅଲମ୍ପିୟାଡ ଭଳି ପରୀକ୍ଷା ମଧ୍ୟ ପରିଚାଳନା କରିଥାଏ ।

ସେହିଭଳି CHSE ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ସିଲାବାସ ଓ ବୋର୍ଡ ପରୀକ୍ଷା ପରିଚାଳନା କରିଥାଏ। ଏବେ ସମସ୍ତ କାର୍ଯ୍ୟ ଗୋଟିଏ ସ୍ଥାନରୁ ହେବାକୁ ଯାଉଥିବାରୁ ଦକ୍ଷ ପ୍ରଶାସନ ସହ ଯୋଗ୍ୟ ଅଧିକାରୀ ଓ ମାନବ ସମ୍ବଳ ନିଯୁକ୍ତିର ଆବଶ୍ୟକତା ରହିଛି। OTET ପ୍ରଶ୍ନପତ୍ର ପ୍ରଘଟ ଏବଂ ଏହି ପରୀକ୍ଷା ପରିଚାଳନାରେ ବୋର୍ଡର ବିଫଳତା ପରେ ଦୁଇ ବୋର୍ଡ ମିଶ୍ରଣ ନିଷ୍ପତ୍ତି କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। କଟକରୁ ବୋର୍ଡ ଅଫିସ ଆସି ଭୁବନେଶ୍ବର CHSEରେ ମିଶିବ, ନା ଭୁବନେଶ୍ବରର CHSE ଅଫିସ କଟକ ଉଠିଯିବ, ତାକୁ ଅପେକ୍ଷା ରହିଛି ।