ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ସାଧାରଣତଃ ଛୋଟ ପିଲାଟିଏ ଦେଖିଲେ ତାକୁ ସାଙ୍ଗେ ସାଙ୍ଗେ କୋଳେଇ ନିଅନ୍ତି କିମ୍ୱା ଗେଲ କରିଦିଅନ୍ତି। ହେଲେ ଆପଣ ପିଲାଙ୍କର ଯଦି ସୁସ୍ଥ ଜୀବନ ଚାହୁଁଛନ୍ତି ତେବେ ସେମାନଙ୍କୁ କିସ୍ କରନ୍ତୁ ନାହିଁ।
ଛୋଟ ପିଲାମାନଙ୍କୁ, ବିଶେଷକରି ନବଜାତ ଶିଶୁମାନଙ୍କୁ କିସ୍ ନ ଦେବା ଉଚିତ, କାରଣ ଏହାଦ୍ୱାରା ଶିଶୁକୁ ସଂକ୍ରମଣ ହୋଇପାରେ। ଯାହା ସେମାନଙ୍କ ପାଇଁ ବିପଜ୍ଜନକ।
ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢି ନଥାଏ। ତେଣୁ ସେମାନଙ୍କୁ କିସ୍ କରିବା ଦ୍ୱାରା ସେମାନଙ୍କ ଦେହରେ ଭାଇରାସ୍ ବ୍ୟାପିବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଛୋଟ ଶିଶୁଙ୍କୁ କିସ୍ କରିବାକୁ ଡାକ୍ତର ବି ବାରଣ କରିଥାନ୍ତି।
ଏପରି ଏକ ସତ ଘଟଣ ମଧ୍ୟ ନିକଟରେ ଘଟିଛି। ଜଣେ ସମ୍ପର୍କୀୟ ଏକ ନିବଜାତ ୨ ଦିନର ଶିଶୁକୁ କିସ୍ କରିଥିଲେ। ହେଲେ ଏହାପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଏତେ ବିଗିଡି ଯାଇଥିଲା ଯେ ତାକୁ ବଞ୍ଚାଇବା ଡାକ୍ତରଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା।
କାରଣ ପିଲାଟିକୁ କିସ୍ କରିଥିବା ସମ୍ପର୍କୀୟଙ୍କ ପାଟିରେ ଏକ ଫୋଟକା ହୋଇଥିଲା। ଆଉ କିସ୍ କରିବା ଦ୍ୱାରା ପିଲାଟିର ପାଟି ଦେଇ ଶରୀରର ରକ୍ତ ଓ ମସ୍ତିଷ୍କରେ ଭାଇରସ୍ ବ୍ୟାପିଯାଇଥିଲା। ତେଣୁ ଛୋଟ ପିଲାମାନଙ୍କୁ କିସ୍ ନକରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ଏଥିପାଇଁ ଶିଶୁର ବାପା ମାଆକୁ ଅଧିକ ସତର୍କ ହେବାକୁ ପଡ଼ିବ। ଯେଉଁମାନେ ବି ଛୋଟ ପିଲାଙ୍କୁ ଧରୁଛନ୍ତି ସେମାନଙ୍କୁ ପିଲାକୁ ଗେଲ ନକରିବା ପାଇଁ ଅନୁରୋଧ କରିବା ଉଚିତ୍।
କାହିଁକି କିସ୍ ଦେବା ଉଚିତ୍ ନୁହେଁ:
ସଂକ୍ରମଣର ଆଶଙ୍କା: ବୟସ୍କମାନେ ଅନେକ ଅଣୁଜୀବର ବାହକ ହୋଇପାରନ୍ତି ଯାହା ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ, ଯେପରିକି ନିମୋକୋକସ୍ ଜୀବାଣୁ।
ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି: ନବଜାତ ଶିଶୁ ଏବଂ ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ, ଯାହା ଫଳରେ ସେମାନଙ୍କ ଶରୀରକୁ ବ୍ୟାକ୍ଟେରିଆ ଶୀଘ୍ର ସଂକ୍ରମଣ ହୋଇଯାଏ।
ହର୍ପିସ୍ ସିମ୍ପ୍ଲେକ୍ସ ଭାଇରସ୍ (HSV-1): ଏକ ସାଧାରଣ କିସ୍ ମଧ୍ୟ HSV-1 ଭଳି ଭାଇରସ୍ ବ୍ୟାପିପାରେ, ଯାହା ଶିଶୁମାନଙ୍କ ପାଇଁ ବହୁତ ଗମ୍ଭୀର ହୋଇପାରେ।
ବାପା ମାଆ ମାନେ କ’ଣ କରିବା ଉଚିତ୍: ବାପା ମାଆମାନେ ପିଲାକୁ କିସ୍ ନ ଦେବାକୁ ଅତିଥିମାନଙ୍କୁ ଅନୁରୋଧ କରିବା ଉଚିତ୍।
ଏହାଛଡ଼ା ଆପଣ ଶିଶୁର ଓଠକୁ କିସ୍ ନକରି ତାକୁ କେବଳ ଆଲିଙ୍ଗନ କରି କିମ୍ୱା ମୁଣ୍ଡ ଏବଂ ହାତକୁ ଗେଲ କରି ନିଜର ଖୁସି ଏବଂ ସ୍ନେହ ଜାହିର କରିପାରିବେ।
ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ: ପିଲାର ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ ଏବଂ ହାତକୁ ପରିଷ୍କାର ରଖିବା ପାଇଁ ସାନିଟାଇଜର ବ୍ୟବହାର କରନ୍ତୁ।