ଟଙ୍କା ପାଇଁ କରିଥିଲେ ବି’ ସି ଗ୍ରେଡ୍ ଫିଲ୍ମ, ଡସ୍କି ସ୍କିନ୍ ପାଇଁ ପଚାରୁନଥିଲେ କେହି, ବିଗ୍ ବିଙ୍କ ସହ ସଂସାର କରିବାକୁ ଦେଖିଥିଲେ ସ୍ୱପ୍ନ

ତାଙ୍କର ନାଁ ବଲିଉଡର ଅନେକ କଳାକାରମାନଙ୍କ ସହ ଯୋଡ଼ାଯାଇଛି।

ଓଡ଼ିଶାଭାସ୍କର: ଭାରତୀୟ ସିନେମାରେ ରେଖା ହେଉଛନ୍ତି ଜଣେ ଭର୍ସାଟାଇଲ୍ ଅଭିନେତ୍ରୀ। ବିଭିନ୍ନ କାରଣରୁ ତାଙ୍କର ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଲୋକ ବହୁତ କଥା କୁହନ୍ତି।

କୁହାଯାଏ ସେ ଏକାଧିକ ବିବାହ କରିଛନ୍ତି ବୋଲି। ତାଙ୍କର ନାଁ ବଲିଉଡର ଅନେକ କଳାକାରମାନଙ୍କ ସହ ଯୋଡ଼ାଯାଇଛି। ସମସ୍ତେ ଜାଣନ୍ତି ଅମିତାଭ ବଚ୍ଚନ ଓ ରେଖାଙ୍କ କଥା।

ତେବେ ଏକଥାକୁ ନେଇ ମଧ୍ୟ ରେଖା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏପଟେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ରେଖାଙ୍କର ସିନ୍ଦୁର ଲଗାଇବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରେଖା ବିଜନେସମ୍ୟାନ୍ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ମାତ୍ର ମୁକେଶ ବିବାହର ବର୍ଷେ ପରେ ଆତ୍ମହତ୍ୟା କରିଦେଇଥିଲେ ।

ରେଖାଙ୍କର ପ୍ରକୃତ ନାଁ ଭାନୁରେଖା ଗଣେଶନ। ସେ ସାଉଥ ଇଣ୍ଡିଆନ ଫିଲ୍ମର ପ୍ରସିଦ୍ଧ ଅଭିନେତା ଜେମିନୀ ଗଣେଶନ ଓ ତେଲୁଗୁ ଅଭିନେତ୍ରୀ ପୁଷ୍ପାବଳୀଙ୍କ ଝିଅ। କୁହାଯାଏ ଯେ ରେଖା ଯେତେବେଳେ ଜନ୍ମ ହେଲେ ସେତେବେଳେ ତାଙ୍କ ମାତା-ପିତାଙ୍କର ବିବାହ ହୋଇନଥିଲା। ରେଖାଙ୍କ ଜୀବନ ପୁରା ସଂଘର୍ଷମୟ ଥିଲା।

କାରଣ ତାଙ୍କ ପିତା କେବେହେଲେ ତାଙ୍କୁ ନିଜର କରିବାକୁ ଚାହିଁଲେ ନାହିଁ କି କେବେ ତାଙ୍କର ମୂଲ୍ୟ ବୁଝିନଥିଲେ। ଏପରିକି ରେଖାଙ୍କୁ କେବେ ହେଲେ ନିଜର ଜନ୍ମଦାତାଙ୍କ ନାଁ ମଧ୍ୟ ମିଳିଲା ନାହିଁ। ତାଙ୍କ ପିତା ପ୍ରାୟ ୪ଟି ବିବାହ କରିଥିଲେ କିନ୍ତୁ ରେଖାଙ୍କ ମାଁଙ୍କୁ କେବେ ବିବାହ କରିନାହାନ୍ତି।

ରେଖା ତାଙ୍କ ପିତାଙ୍କୁ ଏତେ ଘୃଣା କରନ୍ତି ଯେ ତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇନଥିଲେ। ବୋଧ ହୁଏ ଏହି ସବୁ କାରଣରୁ ରେଖା ତାଙ୍କ ନାଁରୁ ସାଙ୍ଗିଆ କାଟି ଦେଇଥିଲେ।ରେଖାଙ୍କୁ ଏୟାର ହୋଷ୍ଟେସ୍ ହେବାକୁ ବହୁତ ଇଚ୍ଛା ଥିଲା। ହେଲେ କମ୍ ବୟସ କାରଣରୁ ସେ ରିଜେକ୍ଟ ହୋଇଯାଇଥିଲେ।

ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେବେ ସେ ନନ୍ ବା ଖ୍ରୀଷ୍ଟୀୟ ମାତା ହେବା ପାଇଁ ସ୍ଥିର କରିଥିଲେ। ଆୟରଲ୍ୟାଣ୍ଡରେ ଏକ କନଭେଣ୍ଟ୍ ସ୍କୁଲରେ ପଢିବା ପରେ ତାଙ୍କ ମନକୁ ଏପରି କଥା ଆସିଥିଲା।

ଆର୍ଥିକ ସମସ୍ୟା ଥିବାରୁ ରେଖାଙ୍କୁ ତେଲୁଗୁ ବି ଓ ସି ଗ୍ରେଡ୍ ଫିଲ୍ମରେ କାମ କରିବା ପାଇଁ ବାଧ୍ୟ କରାଗଲା।ଏହା ପରେ ସେ ୧୯୭୦ରେ ମୋହନ ସେହେଗଲଙ୍କ ନିର୍ଦ୍ଦେଶିତ ବଲିଉଡ୍ ଫିଲ୍ମରେ ଡେବ୍ୟୁ କରିଥିଲେ।ହେଲେ ଶ୍ୟାମଳ ରଙ୍ଗ ବା ଡସ୍କି ଚେହେରା ପାଇଁ ତାଙ୍କୁ ନେଇ ବଲିଉଡରେ ବହୁତ ପରିହାସ କରାଗଲା।ତାଙ୍କର ଖୁବ ଇଚ୍ଛା ଥିଲା ଯେ ସେ ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କ ହିରୋଇନ ହେବେ। ହେଲେ ତାଙ୍କର ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା।

ରେଖାଙ୍କୁ ବଲିଉଡର ଏଭର ଗ୍ରିନ୍ ଡିଭା କୁହାଯାଏ। ତାଙ୍କ ପାଖରେ କେହି ଡିଜାଇନର ନାହାଁନ୍ତି। ସେ ନିଜ ଲୁକ ନିଜେ ହିଁ ଡିଜାଇନ କରନ୍ତି। କାଞ୍ଜିବରମ ଶାଢୀ ପିନ୍ଧିବାକୁ ସେ ବହୁତ ଭଲପାଆନ୍ତି।ସେ ନିଜର ପୁରୁଣା ଶାଢ଼ୀକୁ ନୂଆ ନୂଆ ଷ୍ଟାଇଲରେ ପିନ୍ଧିବାକୁ ଭଲପାଆନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ହେମା ମାଳିନୀ ତାଙ୍କର ବହୁତ ଭଲ ବନ୍ଧୁ। ହେମା ମାଳିନୀଙ୍କ ସବୁ ଇଭେଣ୍ଟରେ ରେଖା ସ୍ପେଶାଲ ଗେଷ୍ଟ ହୋଇଥାନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ରେଖା ତାଙ୍କ ଜୀବନରେ ଦୁଇଥର ବିବାହ କରିଥିଲେ।୧୯୯୦ ମସିହାରେ, ରେଖା ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ମାସ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା।

ରେଖା ଏହା ପରେ ଆଉ ବିବାହ କରି ନ ଥିଲେ ଏବଂ ଏପର୍ଯ୍ୟନ୍ତ ଅବିବାହିତା ଅଛନ୍ତି। ରେଖାଙ୍କର ଫରଜାନା ନାମକ ଜଣେ ମ୍ୟାନେଜର ଅଛନ୍ତି ଯିଏ ବର୍ଷ ବର୍ଷ ଧରି ତାଙ୍କ ସୁଖ-ଦୁଃଖର ସାଥୀ ଭାବେ ରହିଛନ୍ତି। ଫରଜାନା ରେଖାଙ୍କର ଯତ୍ନର ଧ୍ୟାନ ରଖିଥାନ୍ତି ।

ବିନୋଦ ମେହେରାଙ୍କ ମା ରେଖାଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ। ତେଣୁ ସେ ସମ୍ପର୍କରେ ତିଷ୍ଠି ରହି ନ ଥିଲା। ତେବେ, ଅଭିନେତ୍ରୀ ୨୦୦୪ ମସିହାରେ ବିନୋଦଙ୍କ ସହ ବିବାହ କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହିଥିଲେ।

ରେଖା: ଦି ଅନଟୋଲ୍ଡ ଷ୍ଟୋରୀ’ ଅନୁଯାୟୀ, ରେଖା କହିଥିଲେ, ‘ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ ହୋଇପାରେ କିନ୍ତୁ ସତ୍ୟ ହେଉଛି ମୋ ଜୀବନ ଏତେ ଭଲ ରହିନାହିଁ। ମୁଁ କେବଳ ଜଣେ ଅଭିନେତ୍ରୀ ନୁହେଁ ବରଂ ମୁଁ ଅତ୍ୟନ୍ତ ଖରାପ ଅତୀତ ସହିତ ଜଣେ ବଦନାମ୍ ଅଭିନେତ୍ରୀ ।

ମୁଁ ପ୍ରେମରେ ପଡ଼ିଥିଲି ଏବଂ ବିବାହ କରିଥିଲି କିନ୍ତୁ କେବେ ମା’ ହୋଇପାରି ନ ଥିଲି। କାରଣ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଗର୍ଭବତୀ ହୋଇ ନାହିଁ । ତଥାପି, ଜୀବନକୁ ନେଇ ମୋର କୌଣସି ଅଭିଯୋଗ ନାହିଁ ଏବଂ ମୁଁ ସବୁକିଛି ଗ୍ରହଣ କରୁଛି।