ଅସହ୍ୟ ହେଲା ଯୌତୁକ ନିର୍ଯାତନ, ସାଥୀରେ ୩ ବର୍ଷର ଝିଅକୁ ଧରି ଦେହରେ ନିଆଁ ଲଗାଇଲେ ମହିଳା

ଆତ୍ମହତ୍ୟା କରିଥିବା ମା’ ଜଣେ ଶିକ୍ଷୟିତ୍ରୀ।

ଯୋଧପୁର: ରାଜସ୍ଥାନ ଯୋଧପୁର ଡାଙ୍ଗିୟାବାସ ଅଞ୍ଚଳରେ ଛାତି ଧରାଇଦେବା ଭଳି ଘଟଣା ଘଟିଛି। ଜୀବନ୍ତ ଜଳିଗଲେ ମା’ ଝିଅ। ମା’ ନିଜ ସହ ସାଥୀରେ ୩ ବର୍ଷର ଝିଅକୁ ନେଇ କରିଛନ୍ତି ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ମା’ ଜଣେ ଶିକ୍ଷୟିତ୍ରୀ। ଦେହରେ ପେଟ୍ରୋଲ ଢ଼ାଳି ସାଥୀରେ ୩ ବର୍ଷରୁ ଝିଅକୁ ଧରି ଦେହରେ ନିଆଁ ଲଗାଇ କଲେ ଆତ୍ମହତ୍ୟା।

ସୂଚନା ଅନୁଯାୟୀ, ସଞ୍ଜୁ ଶୁକ୍ରବାର ସ୍କୁଲରୁ ଘରକୁ ଫେରି ପେଟ୍ରୋଲ ଢ଼ାଳି ନିଜକୁ ଏବଂ ତାଙ୍କ ତିନି ବର୍ଷର ଝିଅକୁ ନିଆଁ ଲଗାଇ ଦେଇଥିଲେ। ନିର୍ଦ୍ଦୋଷ ଝିଅଟି ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲା। ସଞ୍ଜୁ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲା।

ସଞ୍ଜୁଙ୍କ ପରିବାର କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ନଣନ୍ଦଙ୍କ ନାମ ନେଇଥିଲେ। ଯେଉଁମାନେ ତାଙ୍କୁ ମାନସିକ ଭାବରେ ହଇରାଣ କରିଥିଲେ। କିନ୍ତୁ ପୋଲିସ କହିଛି ଯେ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ସେ ବୟାନ ଦେବା ସ୍ଥିତିରେ ନାହାଁନ୍ତି।

ପରିବାର ଲୋକ ମିଡିଆରେ କହିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ସଞ୍ଜୁଙ୍କୁ ମାନସିକ ଭାବରେ ହଇରାଣ କରୁଥିଲେ ଏବଂ ତାଙ୍କ ଚରିତ୍ରକୁ ନେଇ ଅନେକ ପ୍ରଶ୍ନ କରୁଥିଲେ।

‘ଶ୍ୱଶୁର ଘର ଲୋକେ ତାଙ୍କୁ ମାନସିକ ଭାବରେ ହଇରାଣ କରୁଥିଲେ’

ସଞ୍ଜୁଙ୍କ ବାପା ଓମଜୀ କହିଛନ୍ତି ଯେ ମୋ ଝିଅକୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ମାନସିକ ଭାବରେ ହଇରାଣ କରୁଥିଲେ। ଏହି ଅସହାୟତା ଯୋଗୁଁ ସେ ଏହି ପଦକ୍ଷେପ ନେଇଥିଲେ। ଏହି ଦୁର୍ଘଟଣାରେ ମୋର ତିନି ବର୍ଷର ନାତୁଣୀର ମଧ୍ୟ ମୃତ୍ୟୁ କରିଛି।ପୋଲିସ ସ୍କୁଲର ଭୂଗୋଳ ପରୀକ୍ଷାଗାରରୁ ସୁଇସାଇଡ ନୋଟ୍ ଉଦ୍ଧାର କରିଛି।

ଶଶୁର ସଞ୍ଜୁଙ୍କ ପରିବାରକୁ ଖବର ଦେଇଥିଲେ ତମ ଝିଅ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ତୁମେ ଘରକୁ ଆସ। ହେଲେ ସଠିକ୍ ସମୟରେ ହସ୍ପିଟାଲକୁ ନେଇ ନଥିଲେ। ଘରେ ଦୁଇ ଦୁଇଟା ଗାଡ଼ି ଥିଲା। ସେଥିରୁ ଗୋଟିଏ ଆମେ ଆମ ଝିଅକୁ ଦେଇଥିଲୁ। ହେଲେ ସଠିକ୍ ସମୟରେ ଝିଅକୁ ହସ୍ପିଟାଲ ନିଆ ଯାଇନଥିଲା।

ସଞ୍ଜୁଙ୍କ ମାମୁଁ ହୁକରାମ ବିଷ୍ଣୋଇ କହିଛନ୍ତି ଯେ ମୋ ଭାଣିଜୀ ଶିକ୍ଷିତ ଏବଂ ବୁଦ୍ଧିମାନ ଥିଲେ। ଯେତେବେଳେ ଆମେ ଘଟଣାସ୍ଥଳରେ ପହଞ୍ଚିଲୁ, ଲୋକମାନେ କେବଳ ଠିଆ ହୋଇ ଦେଖୁଥିଲେ। ମୁଁ ପୋଲିସ ସହିତ ପହଞ୍ଚିଲି।

କେହି ତାଙ୍କୁ ଘୋଡ଼ାଇ ଦେବାକୁ ଚେଷ୍ଟା କରିନଥିଲେ। ଆମେ ତାଙ୍କୁ ଚାଦରରେ ଘୋଡ଼ାଇ ଦେଇ ତୁରନ୍ତ ଡାକ୍ତରଖାନା ନେଇଗଲୁ। ମରିବା ପୂର୍ବରୁ ସେ ତିନି ଜଣଙ୍କ ନାମ ନେଇଥିଲେ। ତାଙ୍କ ସ୍ୱାମୀ ଦିଲୀପ, ଶ୍ୱଶୁର ଏବଂ ନଣନ୍ଦ।

ସେ କହିଥିଲେ ଯେ ଏହି ଲୋକମାନେ ମୋତେ ବହୁତ ହଇରାଣ କରିଥିଲେ। ସେ ଆହୁରି ନାମ ନେବାକୁ ଚାହୁଁଥିଲେ। କିନ୍ତୁ କହିପାରୁ ନଥିଲେ। ତାଙ୍କୁ ଏଭଳି ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା।

ଏସିପି ନାଗେନ୍ଦ୍ର କୁମାର କହିଛନ୍ତି ଯେ ପୀଡିତା ସଞ୍ଜୁ ତାଙ୍କ ଝିଅ ସହିତ ଆତ୍ମହତ୍ୟା କରିଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ପକ୍ଷରୁ ଶ୍ୱଶୁର ଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଅଭିଯୋଗ କରାଯାଇଛି।

ଆମେ ଯୌତୁକ ନିର୍ଯାତନାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ। ଘଟଣାସ୍ଥଳରୁ ଏଫଏସଏଲ ନମୁନା ନିଆଯାଇଛି ଏବଂ ପୀଡିତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଆମ ପାଖରେ ଶିକ୍ଷକଙ୍କ ଆତ୍ମହତ୍ୟା ନୋଟ୍ ଅଛି।