ଲୋକଙ୍କ ପାଖକୁ ଯିବ ନେତା, ମନ୍ତ୍ରୀଙ୍କ ଫୋନ୍‌, ସରକାରୀ ଯୋଜନା ପହଞ୍ଚୁଛି କି ନାହିଁ କରିବେ ତଦାରଖ

ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର।

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା। ଲୋକସେବା ଭବନରେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର।

ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ।

ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ଅଧିକାରୀମାନେ ଜନତାଙ୍କୁ ଫୋନ୍ କରି ମତାମତ ନେବେ।

ମୋବାଇଲକ୍ ଆପ୍ ମାଧ୍ୟମରେ ନିଆଯିବ ମତାମତ।