‘ଏତେ ଟାରିଫ ଲଗାଇଦେବି ଯେ ମୁଣ୍ଡ ବୁଲାଉଥିବ’, ପିଏମ ମୋଦୀଙ୍କ ସହ କଥାବର୍ତ୍ତାକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି
ପିଏମ ମୋଦୀଙ୍କ ସହ କଥାବର୍ତ୍ତାକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଭାରତ ସହ ଟାରିଫ ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଖୁଲାସା କରିଛନ୍ତି। ସେ ମିଡିଆ ସହ କଥା ହେଲା ବେଳେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ପାକିସ୍ତାନ ସହ ବିବାଦ, ଟାରିଫ ଏବଂ ଟ୍ରେଡ୍ ଡିଲକୁ ନେଇ ଆଲୋଚନା ହୋଇଥିଲା।
ପିଏମ ମୋଦୀ ଦେଇଥିଲେ ଏହି ଚେତାବନୀ: ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇ କହିଥିଲେ ଯେ, ମୁଁ ଜଣେ ଶାନଦାର ବ୍ୟକ୍ତିଙ୍କ ସହ କଥା ହେଉଛି।
ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଛି। ସେ ପଚାରିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କଣ ଚାଲିଛି। ପାକିସ୍ତାନ ସହ ଟ୍ରେଡ୍ ଡିଲ ଏବଂ ଯୁଦ୍ଧକୁ ନେଇ କଥା ହେଉଛି। ଦୁହିଁଙ୍କ ମଧ୍ୟରେ ଘୃଣାଭାବ ଥିଲା, ଯାହା ବହୁ ଦିନରୁ ଚାଲିଆସୁଛି। ଏହି ଘୃଣା ପାଇଁ ଏମାନଙ୍କ ମଧ୍ୟରେ କେବେ ବିବାଦ ଶେହ ହେବନି ବୋଲି ଟ୍ରମ୍ପ କହିଥିଲେ।
ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଛନ୍ତି ଯେ, ମୁଁ ପିଏମ ମୋଦୀଙ୍କୁ କହିଥିଲି ଯେ, ଆପଣଙ୍କ ସହ କୌଣସି ଟ୍ରେଡ ଡିଲ କରିବାକୁ ଚାହୁଁନି। ହେଲେ ଆପଣ ଦୁହେଁ ପରମାଣୁ ଯୁଦ୍ଧରୁ ବାହାରିଯିବା ଉଚିତ।
#WATCH | “…I am talking to a very terrific man, Prime Minister of India, Narendra Modi. I said what’s going on with you and Pakistan. Then I am talking to Pakistan about trade. I said what’s going on with you and India? The hatred was tremendous. This has been going on for a… pic.twitter.com/gJVOTmKjXN
— ANI (@ANI) August 27, 2025
ଏତେ ଅଧିକ ଟାରିଫ ଲଗାଇଦେବି ଯେ, ମୁଣ୍ଡ ବୁଲାଇବ: କାଲି ପୁଣିଥରେ ଫୋନ କରିବା, ହେଲେ ଆପଣଙ୍କ ସହ କୌଣସି ଡିଲ୍ କରିବାନି, ନହେଲେ ଏତେ ଅଧିକ ଟାରିଫ ଲଗାଇଦେବି ଯେ, ମୁଣ୍ଡ ବୁଲାଇବ। ଏହାପରେ ୫ ଘଣ୍ଟା ମଧ୍ୟରେ ଯୁଦ୍ଧ ସରିଗଲା ଏବଂ ମୁଁ ଏମିତି ହେବାକୁ ଦେଲି। କିନ୍ତୁ ଏବେ ଆମେ ବସିକି କଥା ହୋଇପାରିବା। ଆଲୋଚନା କରିବା ଦ୍ୱାରା କୌଣସି ସମାଧାନରେ ପହଞ୍ଚି ପାରିବା।