ଟ୍ରମ୍ପ ଖେଳିଲେ ବଡ଼ ଚାଲ୍, ନିଜ ସ୍ୱାର୍ଥ ପାଇଁ ଏହିସବୁ ଭାରତୀୟ ଜିନିଷ ଉପରେ ଲଗାଇନାହାନ୍ତି ଟାରିଫ୍

ଟ୍ରମ୍ପଙ୍କ ଟାରିଫ ବମ୍ ଭାରତର ଏହିସବୁ ଜିନିଷ ଉପରେ ପକାଇବନି ପ୍ରଭାବ।

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅର୍ଥାତ୍ ଆଜିଠାରୁ ୫୦ ପ୍ରତିଶତ (୨୫ ପ୍ରତିଶତ ଶୁଳ୍କ + ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ) ଶୁଳ୍କ ଲାଗୁ କରିଛି।

କିନ୍ତୁ ଆମେରିକା ନିଜର ସ୍ୱାର୍ଥକୁ ଦୃଷ୍ଟିରେ ରକି ଭାରତୀୟ ଔଷଧ, ସ୍ମାର୍ଟଫୋନ୍ ଏବଂ ପେଟ୍ରୋକେମିକାଲ୍ସ ଉପରେ ଶୁଳ୍କ ଲାଗୁ କରିନାହିଁ। ଆମେରିକା ଏହି ସାମଗ୍ରୀ ଉପରେ ଶୁଳ୍କ ପୂର୍ବ ପରି ସମାନ ସ୍ତରରେ ବଜାୟ ରଖିଛି।

ସେହିପରି ତଥ୍ୟ ଅନୁଯାୟୀ, ଆମେରିକାକୁ ଭାରତର ମୋଟ ରପ୍ତାନିର ପ୍ରାୟ ୧୮ ପ୍ରତିଶତ ରାସାୟନିକ ଦ୍ରବ୍ୟ ରହିଛି, ଯାହାର ରପ୍ତାନି ମୂଲ୍ୟ ଆର୍ଥିକ ବର୍ଷ ୨୪ରେ ପ୍ରାୟ ୫.୭ ବିଲିୟନ ଆମେରିକୀୟ ଡଲାର ଥିଲା।

ଇଣ୍ଡିଆ ରେଟିଂସ୍ ଆଣ୍ଡ୍ ରିସର୍ଚ୍ଚ ଏକ ଆକଳନ କରି କହିଛି ଯେ ଶୁଳ୍କ ବୃଦ୍ଧି ଆର୍ଥିକ ବର୍ଷ ୨୬ରେ ରାସାୟନିକ ଦ୍ରବ୍ୟ ରପ୍ତାନୀକୁ ୨.୭ ବିଲିୟନ ଆମେରିକୀୟ ଡଲାର ହ୍ରାସ କରିପାରିବ।

ଭାରତୀୟ ଔଷଧ ଉପରେ ଆମେରିକା ନିର୍ଭରଶୀଳ: ପ୍ରକୃତରେ ଆମେରିକୀୟ ବଜାରରେ ଭାରତୀୟ ଜେନେରିକ୍ ଔଷଧର ବୋହୁତ ଚାହିଦା।  ଏଥିପାଇଁ ଆମେରିକା ଭାରତର ଜେନେରିକ୍ ଔଷଧ ଉପରେ ନିର୍ଭର କରିଥାଏ।

ଆମେରିକାରେ ଯେଉଁଠାରେ ଦଶଟି ପ୍ରେସକ୍ରିପସନ୍ ମଧ୍ୟରୁ ନଅଟି ଜେନେରିକ୍ ଔଷଧ ପାଇଁ ଥାଏ, ଭାରତ ସେହି ଜେନେରିକ୍ ଔଷଧ ପ୍ରାୟ ୪୦% ଯୋଗାଇଥାଏ।

ଆମେରିକାରେ କୌଣସି ସମସ୍ୟାକୁ ଏଡାଇବା ପାଇଁ ଟ୍ରମ୍ପ ଔଷଧକୁ ଶୁଳ୍କରୁ ଦୂରରେ ରଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଆମେରିକା ଔଷଧ କ୍ଷେତ୍ରରେ ପରସ୍ପର ଉପରେ ଅତ୍ୟନ୍ତ ନିର୍ଭରଶୀଳ।

ଆମେରିକୀୟ ବଜାରରେ ଭାରତର ପ୍ରବେଶ ଏହାର ଜେନେରିକ୍ ଔଷଧ ଶିଳ୍ପକୁ ଲାଭଦାୟକ ରହିବାରେ ସାହାଯ୍ୟ କରେ, ଯେତେବେଳେ ଆମେରିକା ଏହାର ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଜେନେରିକ୍ ଔଷଧ ଉତ୍ପାଦନ କରିପାରୁନାହିଁ।

ମୋବାଇଲ୍ ରପ୍ତାନିରେ ବଡ଼ ପରିବର୍ତ୍ତନ: ଭାରତ ଆମେରିକାକୁ ବହୁ ସଂଖ୍ୟକ ମେଡ୍ ଇନ୍ ଇଣ୍ଡିଆ ସ୍ମାର୍ଟଫୋନ୍ ରପ୍ତାନି କରେ। ଇଣ୍ଡିଆ ବ୍ରିଫିଂ ଅନୁଯାୟୀ, ଜୁଲାଇ ମାସରେ ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତ ୨୦୨୫ର ଦ୍ୱିତୀୟ ତ୍ରୈମାସିକରେ ଆମେରିକା ବଜାରର ଶ୍ରେଷ୍ଠ ସ୍ମାର୍ଟଫୋନ୍ ଯୋଗାଣକାରୀ ଭାବରେ ଚୀନକୁ ପଛରେ ପକାଇ ଦେଇଛି। ଏହାର ରପ୍ତାନି ଅଂଶ ବର୍ଷ ବର୍ଷ ଧରି ୧୩ ପ୍ରତିଶତରୁ ୪୪ ପ୍ରତିଶତକୁ ବୃଦ୍ଧି ପାଇଛି।