ଭାଗବତ ଜନ୍ମରେ ଚନ୍ଦ୍ରଗ୍ରହଣ, ପୃଥିବୀକୁ ଅଶୁଭ! ସାବଧାନ ରୁହନ୍ତୁ ଏହି ରାଶି

2ଟି ଚନ୍ଦ୍ରଗ୍ରହଣ ଆସିବାକୁ ଥିବା ବେଳେ ଏହା ପୃଥିବୀ ପାଇଁ ବିପଦ ଅଟେ ।

ଭୁବନେଶ୍ବର: ଆସନ୍ତା 6 ମାସ ଭିତରେ ଦୁଇଟି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ପ୍ରଥମ ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମାରେ ପଡିବାକୁ ଥିବା ବେଳେ ଅନ୍ୟଟି ଆସନ୍ତା ବର୍ଷ ମାର୍ଚ୍ଚ ଅର୍ଥାତ୍ ଦୋଳ ପୂର୍ଣ୍ଣିମାରେ ପଡିବାକୁ ଯାଉଛି ।

ଯଦି  କହିବା ପ୍ରଥମଟି ଭାଗବତ ଜନ୍ମ ଏବଂ ଦ୍ବିତୀୟଟି ଦୋଳଗୋବିନ୍ଦଙ୍କ ଜନ୍ମ ଦିବସରେ ହେବାକୁ ଯାଉଛି । ତେବେ ଏହି ସମୟରେ ଠାକୁରଙ୍କ ନୀତିରେ ବିଚ୍ୟୁତ ଦେଖାଦେବ ଯାହାକି ସମଗ୍ର ଦେଶ ପାଇଁ କ୍ଷତି ହେବ ।

ଏକ ରିପୋର୍ଟ ଅନୁସାରେ, ଏହା ଶୁଭଙ୍କର ନୁହେଁ ବୋଲି କହିଛନ୍ତି ଗଜପତି ମହାରାଜାଙ୍କ ପାରମ୍ପରିକ ଜ୍ୟୋତିଷ । ପାଣିପାଗ ଅନୁକୂଳ ନହେବା ସହିତ ବନ୍ୟା, ବାତ୍ୟା ଏବଂ ଦୁର୍ବିପାକ ଭଳି ସ୍ଥିତି ଦେଖାଦେଇପାରେ ।

ପ୍ରଥମ ଚନ୍ଦ୍ର ଗ୍ରହଣ ଭାଗବତ ଜନ୍ମରେ ପଡୁଥିବା ବେଳେ ଏହା ଖଣ୍ଡ ଗ୍ରାସ କିନ୍ତୁ ସାଢେ 3 ଘଣ୍ଟା  ଧରି ଭାରତ ବର୍ଷକୁ ରହୁଛି । ରାତି 9ଟା 57ରେ ଲାଗି ରାତି 1ଟା 27ରେ ସର୍ବମୋକ୍ଷ ହେବ ।

ଏହି ସମୟରେ ପାକ ତ୍ୟାଗ ନିଷେଧ ରହିବ । ଏହି ଚନ୍ଦ୍ରଗ୍ରହଣ ବିଶେଷ କରି ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ଏବଂ ମୀନ ପାଇଁ ଶୁଭଙ୍କର ନୁହେଁ । ଏତିକି ରାଶିକୁ ଛାଡିଲେ ଅନ୍ୟ ରାଶି ପାଇଁ ଏହା ଶୁଭଫଳ ପ୍ରଦାନ କରିବ ।

ଯଦି ମାର୍ଚ୍ଚ ମାସ ଅର୍ଥାତ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ କଥା ଦେଖିବା ତାହେଲେ ଏହି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ହେବ । ସୂର୍ଯ୍ୟ ଥାଇ ଏହି ଗ୍ରହଣ ଲାଗିବ ।