ବଡ଼ ଅଘଟଣ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସ୍କୁଲ ଶିକ୍ଷକ, ହସ୍ପିଟାଲରେ ମୃତ ଘୋଷଣା

ଗଣେଶ ପୂଜା ବେଳେ ଟଳିପଡ଼ିଲେ ସହକାରୀ ଶିକ୍ଷକ । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

ତେଲକୋଇ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସହକାରୀ ଶିକ୍ଷକ । ପୁଷ୍ପାଞ୍ଜଳି ଦେବା ବେଳେ ତଳେ ପଡ଼ିଗଲେ ଶିକ୍ଷକ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

କେନ୍ଦୁଝର ଜଲ୍ଲା ତେଲକୋଇର ସଲେଇକେନା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଧିକ ସୂଚନା ପାଇଁ ତଦନ୍ତ ଜାରି ରଖିଛି ପୋଲିସ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା, ତାହା ଜଣାପଡ଼ି ନାହିଁ । ପୋଷ୍ଟମର୍ଟମ ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କୁହାଯାଉଛି ।