ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା, ଗଣିବେ BMC କର୍ମଚାରୀ

ସେପ୍ଟେମ୍ବରରୁ କୁକୁର ଗଣିବ BMC ।

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଇଛନ୍ତି BMC କମିଶନର ଚଞ୍ଚଳ ରାଣା ।

ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ । ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ଯ୍ୟରେ ନିୟୋଜିତ ହେବେ ।

୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଗଣନା ଶେଷ ହେବ । ଭୁବନେଶ୍ବରରେ କେତେ କୁକୁର ଅଛନ୍ତି ତାହା ଗଣନାର 10 ଦିନ ପରେ ଜଣାପଡିବ ।

ତେବେ ବିଏମସି କୁକୁର ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMC ଅଧିକାରୀ ସାମିଲ ହେବେ । ଗଣନା ପୂର୍ବରୁ BMC ପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ।

ବିଏମସି କମିସନରଙ୍କ କହିବା ଅନୁସାରେ, ଭୁବନେଶ୍ୱରରେ ୪୦ରୁ ୪୫ ହଜାର କୁକୁର ଥିବା ଅନୁମାନ କରାଯାଉଛି । ତେବେ ଏହି ଗଣନା ପରେ ସହରରେ କେତେ କୁକୁର ଅଛନ୍ତି ତାର ପ୍ରକୃତ ତଥ୍ୟ ଜଣାପଡ଼ିବ ।