ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଏହାର ୨୦ ଜିଲ୍ଲା ଶୋଚନୀୟ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପଞ୍ଜାବରେ ହାରାହାରି ୪୩ ଜଣଙ୍କର ମୃତ୍ୟୁ ଘଟିଛି।

ଏହାରି ମଧ୍ୟରେ ପଞ୍ଜାବର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ, ୨ ଦିନ ହେଲାଣି ସିଏମ ଭଗୱାନ୍ତଙ୍କ ଖରାପ ଥିଲା। ଏପର୍ଯ୍ୟନ୍ତ ସିଏମ ଘରେ ହିଁ ଆରମ କରୁଥିଲେ। ହେଲେ ଶୁକ୍ରବାର ସଂଧ୍ୟାରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାଲି କେଜ୍ରିୱାଲ ଭେଟିଥିଲେ ମୁଖ୍ୟମନ୍ତ୍ରୀଙ୍କୁ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଦେହ ୪ ସେପ୍ଟେମ୍ବରରୁ ଖରାପ ହୋଇଛି। ଏହା ଜାଣି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଦେଖିବାକୁ ମାନ୍‌ଙ୍କ ଘରକୁ ଯାଇଥିଲେ।