(Video) ସ୍ୱାମୀକୁ ଝିଅ ମାରିଲା ମୁଣ୍ଡିଆ, କାଠ ବ୍ୟାଟରେ ଦୁମଦାମ୍ ନାଦି ଦେଇଗଲେ ମା’

ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ଭିଡିଓ ଦେଖି ୟୁଜର୍ସ ରଖିଲେ ପ୍ରତିକ୍ରିୟା ।

ଓଡ଼ିଶା ଭାସ୍କର: ଆଜିକାଲିର ସୋସିଆଲ ମିଡିଆ ଜମାନାରେ ଉଭୟ ବହୁ ଦୂର ଓ ପାଖ ଜାଗାରେ ଘଟୁଥିବା ସହଜରେ ଇଣ୍ଟରନେଟ୍ ମାଧ୍ୟମରେ ଆମପାଖରେ ପହଞ୍ଚିଯାଇଛି । ବିଶେଷ କରି ସୋସିଆଲ ମିଡିଆ ଏହାର ଏକ ବଡ଼ ମାଧ୍ୟମ ପାଲଟିଯାଇଛି ।

ପ୍ରତ୍ୟେକ ଦିନ ଶହ ଶହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ ଭିଡିଓ ଲୋକଙ୍କୁ ଭଲ ଲାଗୁଛି ତାହାକୁ ଲୋକ ବହୁଳମାତ୍ରାରେ ଶେୟାର କରୁଛନ୍ତି । ଏହାଛଡ଼ା ଭିଡିଓକୁ ନେଇ ଅନେକ ନିଜ ମତାମତ ମଧ୍ୟ ଦେଉଛନ୍ତି ।

ଏଭିତରେ ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ବହୁଳ ଶେୟାର ହେବାର ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଯୁବକ, ଯୁବତୀ ପରସ୍ପରକୁ ମାଳ ପିନ୍ଧାଉଛନ୍ତି । ଏହାପରେ ଯୁବତୀଜଣକ ଯୁବକଙ୍କୁ ନଇଁ ମୁଣ୍ଡିଆ ମାରୁଛନ୍ତି ।

ଆଉ ଠିକ୍ ଏତିକିବେଳେ ଗହଳି ଭିତରେ ଥିବା ଜଣେ ମହିଳା କାଠ ବ୍ୟାଟରେ ଯୁତୀଙ୍କୁ ମାଡ଼ ମାରୁଛନ୍ତି । ସେଠାରେ ଉପସ୍ଥିତ ଲୋକ ମହିଳାଙ୍କୁ ଅଟକାଇ ଦେଉଛନ୍ତି । ସୂଚନା ମୁତାବକ ମହିଳାଜଣକ ଯୁବତୀଙ୍କ ମା’ ।

ଭିଡିଓଟି କେଉଁସ୍ଥାନର ଜଣାପଡ଼ିନ ଥିବାବେଳେ ଭିଡିଓକୁ ଦେଖିବା ପରେ ଅନେକ ସୋସିଆଲ ମିଡିଆ ୟଜର୍ସ ନିଜର ପ୍ରତିକ୍ରିୟା ରଖିଛନ୍ତି ।