GEN-Z ଠୁ ହାରିଲା ନେପାଲ ସରକାର; ସୋସିଆଲ ମିଡିଆରୁ ହଟାଇଲେ ବ୍ୟାନ୍, ‘ପଶ୍ଚାତାପ ନାହିଁ’ କହିଲେ ମନ୍ତ୍ରୀ
ଯୁବଶକ୍ତିରୁ ହାରିଲେ ନେପାଲ ସରକାର । ସୋସିଆଲ ମିଡିଆ ଉପରୁ ହଟାଇଲେ ପ୍ରତିବନ୍ଧକ।
ନେପାଳ: ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ କହିଛନ୍ତି ଯେ, ସୋମବାର (8 ସେପ୍ଟେମ୍ବର 2025) ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ହଟାଇବା ନିଷ୍ପତ୍ତି ପାଇଁ ସରକାରଙ୍କର କୌଣସି ଅନୁତାପ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଗୁରୁଙ୍ଗ ।
ସେ କହିଛନ୍ତି, “ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇବାର ନିଷ୍ପତ୍ତି ସେହି ବିରୋଧ ପ୍ରଦର୍ଶକାରୀଙ୍କ ପାଇଁ ନିଆଯାଇଛି, ଯେଉଁମାନେ ଏହାକୁ ଏକ ବାହାନା ଭାବରେ ବ୍ୟବହାର କରୁଥିଲେ।” ପ୍ରଧାନମନ୍ତ୍ରୀ କ୍ୟାବିନେଟକୁ କହିଥିଲେ ଯେ, ପ୍ରତିବନ୍ଧିତ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଏପରି ପ୍ରତିକ୍ରିୟା ଦେଇଛନ୍ତି, ଯେଉଁମାନେ ନେପାଳର ଜାତୀୟ ଗର୍ବକୁ ସମ୍ମାନ କରନ୍ତି ନାହିଁ।
ନେପାଳରେ Gen-Z ପ୍ରତିବାଦରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି?
ନେପାଳରେ ବ୍ୟାନ ବିରୋଧରେ ହୋଇଥିବା ପ୍ରତିବାଦରେ ଅତି କମରେ 21 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 300 ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଯୋଗାଯୋଗ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ପରେ ସୋସିଆଲ ମିଡିଆ ସାଇଟଗୁଡ଼ିକୁ ନିଷେଧ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା।
ନେପାଳ କାହିଁକି 26ଟି ସୋସିଆଲ ମିଡିଆ ସାଇଟକୁ ବ୍ୟାନ କରିଥିଲା?
ତିନି ଦିନ ପୂର୍ବରୁ, ନେପାଳ ସରକାର ଫେସବୁକ୍ ଏବଂ ‘ଏକ୍ସ’ ସମେତ 26ଟି ସୋସିଆଲ ମିଡିଆ ସାଇଟ ଉପରେ ବ୍ୟାନ ନିର୍ଦ୍ଦେଶ ଦେଇଥିଲେ, କାରଣ ଏଗୁଡ଼ିକ କୌଣସି ବୈଧ ରେଜିଷ୍ଟ୍ରେସନ ବିନା କାର୍ଯ୍ୟ କରୁଥିଲେ। ମନ୍ତ୍ରୀ ପ୍ରତିବାଦକାରୀ ‘ଜେନ୍ ଜି’ ଗୋଷ୍ଠୀକୁ ପ୍ରତିବାଦ ସମାପ୍ତ କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସୋମବାର ଦିନ କିଛି ପ୍ରତିବାଦକାରୀ ସଂସଦ ପରିସରରେ ପ୍ରବେଶ କରିବା ପରେ ପ୍ରତିବାଦ ହିଂସାତ୍ମକ ହୋଇଗଲା। ଏହା ପରେ, ପୋଲିସକୁ ଭିଡ଼କୁ ଘଉଡ଼ାଇବା ପାଇଁ ଅର୍ଥାତ କଣ୍ଟ୍ରୋଲ କରିବା ପାଇଁ ପାଣି ବର୍ଷା, ଲୁହ ବୁହା ଗ୍ୟାସ ଏବଂ ଗୁଳି ବ୍ୟବହାର କରିବାକୁ ପଡିଲା। ଅନ୍ୟପକ୍ଷରେ, ସୋମବାର ରାତିରୁ ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହୋଇଛି।