Asia Cup 2025: ଆଫଗାନିସ୍ତାନର Playing 11ରେ କେତେ ଜଣ ଅଛନ୍ତି ସ୍ପିନର? ଏହି ପ୍ଲାନ ରଚିଛନ୍ତି କ୍ୟାପ୍ଟେନ୍ ରଶିଦ ଖାନ

ଜାଣନ୍ତୁ ଏସିଆ କପ ପାଇଁ ଆଫଗାନିସ୍ତାନ କେତେ ପ୍ରସ୍ତୁତ, ଜାଣନ୍ତୁ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଆଜି ଶୁଭାରମ୍ଭ ହେବ। ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଆରମ୍ଭ ଆଫଗାନିସ୍ତାନ ଏବଂ ହଙ୍ଗକଙ୍ଗ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ସହ ହେବ।

ଏହି ଦୁଇ ଟିମ ଗ୍ରୁପ-ବିରେ ସାମିଲ। ଏହି ମ୍ୟାଚ ଅବୁ ଧାବୀର ଜେଦ୍ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚର ଆରମ୍ଭ ଭାରତୀୟ ସମୟାନୁଯାୟୀ ରାତି ୮ଟାରେ ହେବ।

ଏହି ମ୍ୟାଚରେ ଫ୍ୟାନ୍ସଙ୍କ ନଜର ଆଫଗାନିସ୍ତାନର ପ୍ଲେଇଂ ଇଲେଭେନ ଉପରେ ରହିଛି। ଏବେ ଦେଖିବାର ବିଷୟ ହେଉଛି, କ୍ୟାପ୍ଟେନ ରଶିଦ ଖାନ କେତେ ସ୍ପିନ ବୋଲରଙ୍କ ସହ ମଇଦାନକୁ ବାହାରିବେ।

କ’ଣ ରହିଛି କ୍ୟାପ୍ଟେନଙ୍କ ପ୍ଲାନ: ଆଫଗାନିସ୍ତାନ ଟିମର ସବୁଠୁ ବଡ଼ ଶକ୍ତି ହେଉଛି, ସ୍ପିନ ବୋଲିଂ। ଯାହା ଦମରେ ଏହି ଟିମ ବଡ଼ ବଡ଼ ଟିମଙ୍କୁ ଧୂଳି ଚଟାଇଥାଆନ୍ତି। ନିଜେ କ୍ୟାପ୍ଟେନ ରଶିଦ ଖାନ ଟି୨୦ କ୍ରିକେଟରେ ଦୁନିଆର ସବୁଠୁ ଭଲ ସ୍ପିନର୍ସଙ୍କ ମଧ୍ୟରୁ ଅନ୍ୟତମ।

ଆଫଗାନିସ୍ତାନର ଟିମରେ ସ୍ପିନର୍ସ ବହୁତ ଅଛନ୍ତି। ହେଲେ ଆଜି ରଶିଦ ଖାନଙ୍କ ପ୍ଲାନ ୩ ସ୍ପିନର୍ସଙ୍କ ସହ ମଇଦାନକୁ ଯିବେ। ଏଥିରେ ରଶିଦ ଖାନଙ୍କ ସହ ନୂର ଅହମଦ ଏବଂ ମୁଜୀବ ଉର ରେହମାନ ହଙ୍ଗକଙ୍କର ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାକୁ ପ୍ଲାନ କରିଛନ୍ତି।