Viral Video:ଗାଡି ଚଳାଉଥିଲେ ମହିଳା; ଲେମ୍ବୁ ଉପରେ ନ ଚଢି ଉପର ମହଲାରୁ ପଡିଲା ଥାର ଆଉ ତାପରେ ଦେଖନ୍ତୁ ଭିଡ଼ିଓ …
ଲେମ୍ବୁ ଉପରେ ନ ଚଢି ଉପର ମହଲାରୁ ପଡିଲା ଥାର ଆଉ ତାପରେ ...
Viral Video:ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଦେଖି ଥିବେ । ଆଜି ଆମେ ଆପଣଙ୍କ ସାମ୍ନାରେ ଠିକ ଏଭଳି ଏକ ଭିଡ଼ିଓ ଦେଖାଇବୁ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଦିଲ୍ଲୀର ପ୍ରୀତ ବିହାରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଗଲା। ନୂଆ କାରଟି ଶୋ’ରୁମର ପ୍ରଥମ ମହଲାରୁ ତଳେ ପଡ଼ିଗଲା। ଶୋ’ରୁମର ପ୍ରଥମ ମହଲାରେ ରଖାଯାଇଥିବା ନୂଆ ଥାର କାରର ଡେଲିଭରି ନିଆଯାଉଥିଲା। କ୍ରେତା ପ୍ରଦୀପ ଏବଂ ତାଙ୍କ ପତ୍ନୀ ମଣି କାରରେ ବସିଥିଲେ। ଶୋ’ରୁମର ବିକ୍ରୟକର୍ତ୍ତା ବିକାଶ କାରର ବୈଶିଷ୍ଟ୍ୟ ବୁଝାଉଥିଲେ। କାରଟି ଷ୍ଟାର୍ଟ ହେବା ମାତ୍ରେ ଏହା ପ୍ରଥମ ମହଲାରୁ ସିଧା ତଳ ମହଲାକୁ ଖସିପଡ଼ିଲା।
ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ଯଦିଓ କାରଟି କ୍ଷତିଗ୍ରସ୍ତ ହୋଇଛି, ତଥାପି କେହି ଅଭିଯୋଗ କରିନାହାଁନ୍ତି। କୁହାଯାଉଛି ଯେ ମହିଳା ଜଣକ ଶୋ’ରୁମରେ ନୂତନ କାରର ପୂଜା କରୁଥିଲେ। ପୂଜା ପାଇଁ ଥାରକୁ ଲେମ୍ବୁ ଲଗାଇବା ବେଳେ ମହିଳା ଜଣକ ଆକ୍ସିଲେଟରକୁ ଜୋରରେ ଚାପି ଦେଲେ ଏବଂ କାରଟି ଶୋ’ରୁମର ପ୍ରଥମ ମହଲାରୁ ତଳ ମହଲାକୁ ଖସି
ପଡ଼ିଲା।
बेहद दुखद खबर है। pic.twitter.com/Uu8aQsjo5M
— अश्विनी सोनी (@Ramraajya) September 9, 2025
ଏହି ଘଟଣା ପ୍ରୀତ ବିହାର ପୋଲିସ ଷ୍ଟେସନର ନଜରକୁ ଆସିଛି। ପୋଲିସ ମଙ୍ଗଳବାର ସୂଚନା ଦେଇ କହିଛି ଯେ ଦିଲ୍ଲୀର ପ୍ରୀତ ବିହାରରେ ଏକ ମହିନ୍ଦ୍ରା ଥାର କିଣିବା ପରେ ଡ୍ରାଇଭର ଦୁର୍ଘଟଣାବଶତଃ ଶୋ’ରୁମର କାଚ କାନ୍ଥ ସହିତ ଧକ୍କା ଦେଇଥିଲେ ଏବଂ କାରଟି ତଳକୁ ଖସି ପଡ଼ିଥିଲା। ସୋମବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିବା ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ।
ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ କ୍ରେତା ପ୍ରଦୀପ ଏବଂ ତାଙ୍କ ୨୯ ବର୍ଷୀୟ ପତ୍ନୀ ମଣି ପାୱାର ଏବଂ ଶୋ’ରୁମର ବିକ୍ରୟକାରୀ ବିକାଶ କାର ଭିତରେ ଥିଲେ। ଶୋ’ରୁମର ପ୍ରଥମ ମହଲାରେ ଥାର ପାର୍କିଂ କରାଯାଇଥିଲା ଏବଂ ମାଲିକଙ୍କୁ ହସ୍ତାନ୍ତର କରାଯାଉଥିଲା, ସେତେବେଳେ ହଠାତ୍ ଏହା ତଳେ ପଡ଼ିଗଲା ଏବଂ ଶୋ’ରୁମର କାଚ ଭାଙ୍ଗିଗଲା।
ଡେପୁଟି ପୋଲିସ କମିଶନର କହିଛନ୍ତି, “ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି ଏବଂ କାହାଠାରୁ କୌଣସି ଅଭିଯୋଗ ଆସିନାହିଁ।” ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।