ପ୍ରଥମ ମ୍ୟାଚରେ ହିଁ ‘ଶତକ’ ପୂରା କରିବେ ଅର୍ଶଦୀପ ସିଂହ! ଏଯାଏଁ କେହି ବି ଭାରତୀୟ କରିପାରିନାହାନ୍ତି ଏମିତି

ଅର୍ଶଦୀପ ସିଂହ ରଚିପାରନ୍ତି ଇତିହାସ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ୯ ସେପ୍ଟେମ୍ବରରୁ ଏସିଆ କପ୍ ୨୦୨୫ର ଆରମ୍ଭ ହୋଇସାରିଛି। ପ୍ରଥମ ମୁକାବିକା ଆଫଗାନିସ୍ତାନ ଏବଂ ହଂଗକଂଗ ମଧ୍ୟରେ ହୋଇଥିଲା। ଏଥିରେ ଆଫଗାନିସ୍ତାନ ଟିମ ବାଜି ମାରିଛି। ଆଜି ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିତୀୟ ମୁକାବିଲା ଖେଳାଯିବ।

ଟିମ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ ଦୁବାଇରେ ଖେଳିବାକୁ ବାହାରିବ। ଏହି ମୁକାବିଲାରେ ସମସ୍ତଙ୍କ ନଜର ଷ୍ଟାର୍ ବୋଲର ଅର୍ଶଦୀପ ସିଂହଙ୍କ ଉପରେ ରହିଛି। ୟୁଏଇ ବିପକ୍ଷରେ ହେଉଥିବା ଏହି ମୁକାବିଲା ଅର୍ଶଦୀପଙ୍କ ପାଇଁ ଖାସ୍ ହେବାକୁ ଯାଉଛି। ସେ ଗୋଟିଏ ୱିକେଟ୍ ନେବା ମାତ୍ରେ ଭାରତୀୟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ସାମିଲ କରିବେ।

ଅର୍ଶଦୀପଙ୍କୁ ଦରକାର ମାତ୍ର ଗୋଟିଏ ୱିକେଟ୍‌: ଏସିଆ କପ ୨୦୨୫ରେ ଧମାଲ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି ଅର୍ଶଦୀପ ସିଂହ। ସେ ବର୍ତ୍ତମାନ ୯୯ ୱିକେଟ ନେଇସାରିଛନ୍ତି।

ସେ ଆଉ ମାତ୍ର ଗୋଟିଏ ୱିକେଟ ହାସଲ କରିବା ମାତ୍ରେ ଟି୨୦ ଅନ୍ତର୍ଜାତୀୟରେ ୧୦୦ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଯିବେ। ଏପର୍ଯ୍ୟନ୍ତ କୌଣସି ମଧ୍ୟ ଭାରତୀୟ ଏହି ସଂଖ୍ୟା ଛୁଇଁପାରି ନାହାନ୍ତି। ଅର୍ଶଦୀପ ୨୦୨୨ରେ ଡେବ୍ୟୁ କରିଥିଲେ ଏବଂ କେବଳ ତିନି ବର୍ଷରେ ସେ ଏହି ବଡ଼ ଉତ୍ପାଧି ହାସଲ କରିବେ।

ବିଶ୍ୱ କପରେ କରିଥିଲେ କମାଲ୍‌: ୨୦୨୪ ମସିହାରେ ଖେଳାଯାଇଥିବା ଟି୨୦ ବିଶ୍ୱ କପରେ ସେ ଶାନଦାର ବୋଲିଂ କରି, ୧୭ ୱିକେଟ ହାସଲ କରିଥିଲେ। ତାଙ୍କର ଏହି ଦମଦାର ବୋଲିଂ ଭାରତକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି କାରଣ ପାଇଁ ସମସ୍ତଙ୍କ ନଜର ଅର୍ଶଦୀପଙ୍କ ଉପରେ ରହିଛି।