Gold Price Hike: ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଲା ସୁନା ଦର, ଜାଣନ୍ତୁ ଆଜି କେତେ ଅଛି ରେଟ୍
ସୁନା ଦରରେ ପୁଣି ବୃଦ୍ଧି, ଜାଣନ୍ତୁ କେତେ ରହିଛି ଦର
ନୂଆଦିଲ୍ଲୀ: ସୁନା ମୂଲ୍ୟ ଲଗାତାର ବଢିବାରେ ଲାଗିଛି। ବୁଧବାର ୧୦ ସେପ୍ଟେମ୍ବର ୨୦୨୫ରେ ଇଣ୍ଡିଆନ ବୁଲିୟନ ଆସୋସିଏସନରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୦୯,୪୪୦ ଟଙ୍କାରେ ପହଞ୍ଚିଛି।
ମଙ୍ଗଳବାର ଦିନ ଏହା ୧,୦୮,୯୦୦ ଟଙ୍କା ଥିଲା। ସୁନା ମୂଲ୍ୟ ୧,୦୮୦,୦୦୦ ଟଙ୍କା ସ୍ତରରେ ପାର୍ କରିଛି। ୧୪୦୦ ଟଙ୍କା ବଢିଯାଇଛି।
ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୯,୦୬୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ମୁମ୍ବାଇରେ ଏହାର ମୂଲ୍ୟ ୧,୦୯,୨୪୦ ଟଙ୍କାରେ ପହଞ୍ଚିଛି।
ସେହିପରି ବେଙ୍ଗାଲୁରୁରେ ସୁନା ଦର ୧୦ ଗ୍ରାମ ପିଛା ୧,୦୯,୩୩୦ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ଏହା ୧,୦୯,୧୦୦ ଟଙ୍କା ଏବଂ ଚେନ୍ନାଇରେ ୧,୦୯,୫୬୦ ଟଙ୍କାରେ ବିକ୍ରି ହେଉଛି।
ଭୁବନେଶ୍ୱରରେ ସୁନା ଦର: ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୫୦୯ ଟଙ୍କାରେ ପହଞ୍ଚିଛି। ଗତକାଲି ଏହି ମୂଲ୍ୟ ୧,୧୦,୨୯୦ ଟଙ୍କା ଥିଲା। ଆଜି ଏଥିରେ ୨୧୯ ଟଙ୍କା ବଢିଯାଇଛି।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୧,୩୦୦ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଏହି ଦର ୧,୦୧,୧୦୦ ଟଙ୍କା ଥିଲା। ଏଥିରେ ୨୦୦ ଟଙ୍କା ବୃଦ୍ଧି ଘଟିଛି।