ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା, ନ୍ୟାୟ ନମିଳିଲେ କରିବେ ଆତ୍ମହତ୍ୟା

ସ୍ୱାମୀ ପାଇଁ ସରକାରଙ୍କ ଦ୍ୱାରସ୍ଥ ହେଲା ସ୍ତ୍ରୀ।

ଉତ୍ତରପ୍ରଦେଶ: ସରକାରଙ୍କ ପାଖରେ ମହିଳାଙ୍କର ନିଆରା ପ୍ରୟାସ। ନିଜ ଦୁଃଖ ଜଣାଇବାକୁ ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଲେ ଚିଠି। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାଟି ହେଉଛି ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାର। ଯେଉଁଠାରେ ଜଣେ ମହିଳା ନିଜ ରକ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ପୀଡିତା ଜଣକ ତାଙ୍କ ସ୍ୱାମୀଙ୍କୁ ମୁସଲିମ ମହିଳାଙ୍କ କବଲରୁ ରକ୍ଷା କରିବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ କୁସୁମ ବାନୋ ନାମକ ଜଣେ ମହିଳା ତାଙ୍କ ଗ୍ୟାଙ୍ଗ ସହିତ ମିଶି ତାଙ୍କ ସ୍ୱାମୀଙ୍କୁ ଯୌନ ନିର୍ଯ୍ୟାତନାରେ ଫସାଇଦେଇଛନ୍ତି।

ମହିଳାଙ୍କ ଜୀବନ ବିପଦରେ: ପୀଡିତା ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଓ୍ୱାସିମ୍ ଖାନ ଏବଂ ଆସଲୋନ ଖାନ ମଧ୍ୟ କୁସୁମ ବାନୋଙ୍କ ସହିତ ସାମିଲ ଅଛନ୍ତି।

ମହିଳା ଜଣକ ତାଙ୍କ ଜୀବନ ପ୍ରତି ବିପଦରେ ଅଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଅଭିଯୋଗ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇଛନ୍ତି। ହେଲେ ପୀଡିତା ମହିଳା ଜଣକ ଏଯାଏଁ କୌଣସି ନ୍ୟାୟ ପାଇନାହାନ୍ତି।

ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ: ପୋଲିସ ତଦନ୍ତରୁ ଜଣାପଡିଛି ଯେ ପୀଡିତା ମହିଳା ଜଣକ ଆଦର୍ଶ ନଗରର ବାସିନ୍ଦା। ପୀଡିତା ମହିଳାଙ୍କ ସ୍ୱାମୀଙ୍କୁ ପ୍ରେମ ଜିହାଦ ମାମଲାରେ ଫସାଇ ଦିଆଯାଇଛି।

ଯଦି ପୀଡିତାଙ୍କୁ ନ୍ୟାୟ ନ ମିଳେ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚିଠିରେ ଲେଖିଛନ୍ତି। କୁମକୁମ ବାନୋ ନାମକ ଜଣେ ଚତୁର ମହିଳାଙ୍କ ପାଖରେ ପୀଡିତା ମହିଳାଙ୍କ ସ୍ୱାମୀଙ୍କର ଏକ ଅଶ୍ଳୀଳ ଭିଡିଓ ଅଛି।

ଅନ୍ୟ ତିନି ଜଣ ଅଭିଯୁକ୍ତ ସାମିଲ: କୁମକୁମ ବାନୋ ତାଙ୍କ ସ୍ୱାମୀ ଏବଂ ବାପା ସମସ୍ତେ ଏଥିରେ ସମ୍ପୃକ୍ତ ଅଛନ୍ତି। ପୀଡିତା ଅନ୍ୟ ତିନି ଜଣ ସହଯୋଗୀଙ୍କ ନାମ ମଧ୍ୟ କହିଛନ୍ତି। ପୀଡିତା ନ୍ୟାୟ ପାଇଁ ପ୍ରତାପଗଡ଼ରୁ ରାୟବରେଲି ପର୍ଯ୍ୟନ୍ତ ଆସିଛନ୍ତି।