ପର ପୁରୁଷ ସହ ସ୍ତ୍ରୀର ଅବୈଧ ସମ୍ପର୍କ ସହିପାରିଲାନି ସ୍ୱାମୀ, ସ୍ତ୍ରୀକୁ ଲଣ୍ଡା କରି ଦେହରେ ପେଟ୍ରୋଲ ଢ଼ାଳି…
ସ୍ତ୍ରୀକୁ ଲଣ୍ଡା କରିଦେଲା ସ୍ୱାମୀ।
ଉତ୍ତରପ୍ରଦେଶ: ସ୍ୱାମୀର ଅଜବ କାଣ୍ଡ। ସ୍ତ୍ରୀର ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ଜାଣି ସହିପାରିଲାନି ସ୍ୱାମୀ। ପ୍ରଥମେ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିଥିଲା। ପରେ ସ୍ତ୍ରୀକୁ ଲଣ୍ଡା କରିଦେଇଥିଲା ସ୍ୱାମୀ ଜଣକ।
ଏତିକିରେ ସ୍ୱାମୀର ରାଗ ଶାନ୍ତ ହୋଇନଥିଲା। ପରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ମାରିଦେବାକୁ ଚେଷ୍ଟା କରିଥିଲା ନୃଶଂସ ସ୍ୱାମୀ। ହେଲେ ପରିବାର ଲୋକଙ୍କ ପାଇଁ ମହିଳା ଜଣଙ୍କର ଜୀବନ ବଞ୍ଚିଯାଇଥିଲା।
ଘଟଣାଟି ହେଉଛି ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାର ନଗିନା ଦେହାତ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ସ୍ୱାମୀର ଅକଥନୀୟ ନିର୍ଯାତନା ସହିନପାରି ଥାନାରେ ଅଭିଯୋଗ କରିଥିଲା ସ୍ତ୍ରୀ।
ଆଉ ମହିଳାଙ୍କ ଅଭିଯୋଗ ଆଧାରରେ ଗୁରୁବାର ଦିନ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ପୋଲିସ। ହେଲେ ସ୍ତ୍ରୀ ମନ ବୁଝିଲାନି ଗୋଟେ ଦିନ ପରେ ଅର୍ଥାତ୍ ଶୁକ୍ରବାର ଦିନ ଥାନାରେ ଯାଇ ପହଞ୍ଚିଲା ସ୍ତ୍ରୀ।
ଆଉ ପୋଲିସ ପାଖରେ ଗୁହାରୀ କଲା ଯେ ତା ସ୍ୱାମୀକୁ କୌଣସି ଦଣ୍ଡ ନଦେଇ ଛାଡ଼ି ଦେବା ପାଇଁ। ପୋଲିସ ମଧ୍ୟ ମହିଳା ଜଣଙ୍କର ଗୁହାରୀ ରଖି ତାଙ୍କ ସ୍ୱାମୀକୁ ଛାଡ଼ି ଦେଇଥିଲା।