ଚନ୍ଦ୍ରଭାଗାରେ କୁମ୍ଭୀର ଆତଙ୍କ, ଗାଧୋଉଥିବା ବେଳେ ପର୍ଯ୍ୟଟକଙ୍କ ଗୋଡ଼କୁ ଧରି ଟାଣିନେଲା କୁମ୍ଭୀର
ପର୍ଯ୍ୟଟକ ଗାଧୋଇବା ବେଳେ ଗୋଡ଼ ଟାଣି ନେଲା କୁମ୍ଭୀର।
କୋଣାର୍କ: ପୁଣି ଚନ୍ଦ୍ରଭାଗାରେ କୁମ୍ଭୀର ଆତଙ୍କ। ପରିବାର ସହ ମନ ଖୁସିରେ ଚନ୍ଦ୍ରଭାଗାରେ ଗାଧୋଉଥିଲେ ପର୍ଯ୍ୟଟକ। ହେଲେ ପାଣି ଭିତରେ ଶିକାର ପାଇଁ ଜଗି ବସିଥିଲା କୁମ୍ଭ।
ଆଉ ପର୍ଯ୍ୟଟକ ଯେତେବେଳେ ପାଣି ଭିତରକୁ ପଶିଥିଲେ ଗାଧୋଇବା ପାଇଁ ସେତେବେଳେ ପର୍ଯ୍ୟଟକଙ୍କ ଗୋଡ଼କୁ ଧରି ଗଭୀର ପାଣି ଭିତରକୁ ଟାଣି ନେଉଥିଲା କୁମ୍ଭୀର।
ହେଲେ ଭାଗ୍ୟ ଭଲ ସମୁଦ୍ର କୂଳରେ ଥିଲେ ସାହସୀ ଘୋଡ଼ା ଚାଳକ। ଯିଏକି କୁମ୍ଭୀର ମୁହଁରୁ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଦେଲେ। ଆଉ କୁମ୍ଭୀରକୁ କାବୁ କରି ବନ ବିଭାଗକୁ ହସ୍ତାନ୍ତର କଲେ।