ଟ୍ରମ୍ପଙ୍କ ନୂଆ ରଣନୀତି; NATO ରାଜି ହେଲେ ଋଷିଆ ଉପରେ ଲଗାଇବେ କଠୋର ପ୍ରତିବନ୍ଧକ
ଟ୍ରମ୍ପଙ୍କ ନୂଆ ରଣନୀତି । ଯଦି ନାଟୋ ରାଜି ହୁଏ, ତେବେ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଯିବ ବୋଲି କହିଲେ ଟ୍ରମ୍ପ ।
ୱାଶିଂଟନ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ରଣନୀତି ଚଲାଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ସେ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ, କିନ୍ତୁ ସଥିପାଇଁ ସମସ୍ତ ନାଟୋ ସହଯୋଗୀମାନେ ରୁଷ ତେଲ ଆମଦାନି ବନ୍ଦ କରିବାକୁ ଏବଂ ସମାନ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ହେବା ଦରକାର।
ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲ ପ୍ଲାଟଫର୍ମର ଏକ ପୋଷ୍ଟରେ କହିଛନ୍ତି, “ଯେତେବେଳେ ସମସ୍ତ ନାଟୋ ଦେଶ ରୁଷରୁ ତେଲ କିଣିବା ବନ୍ଦ କରିବେ, ମୁଁ ରୁଷ ଉପରେ ବଡ଼ ପ୍ରତିବନ୍ଧକ ଲଗାଇବି।” ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆପଣମାନେ ସମସ୍ତେ ଜାଣନ୍ତି ଯେ, ବିଜୟ ପାଇଁ ନାଟୋର ପ୍ରତିବଦ୍ଧତା 100 ପ୍ରତିଶତରୁ କମ୍ ରହିଛି। କିଛି ଦେଶ ରୁଷଠାରୁ ତେଲ କିଣୁଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।
ନାଟୋ ଚୀନ୍ ଉପରେ 50 ରୁ 100 ପ୍ରତିଶତ ଟାରିଫ ଲାଗୁ କରିବା ଉଚିତ
ଟ୍ରମ୍ପ ଜୋର ଦେଇ କହିଛନ୍ତି ଯେ, ନାଟୋ ଚୀନ୍ ଉପରେ 50 ରୁ 100 ପ୍ରତିଶତ ଶୁଳ୍କ ଲାଗୁ କରିବା ଉଚିତ ଏବଂ ୟୁକ୍ରେନରେ ଯୁଦ୍ଧ ଶେଷ ହେବା ପରେ ହିଁ ଏହି ଶୁଳ୍କ ପ୍ରତ୍ୟାହାର କରାଯିବା ଉଚିତ। ଏହା ମସ୍କୋ ଉପରେ ବେଜିଂର ପ୍ରଭାବକୁ ଦୁର୍ବଳ କରିପାରେ। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ “ଯଦି ମୁଁ ରାଷ୍ଟ୍ରପତି ହୋଇଥାନ୍ତି, ତେବେ ଏହି ସଂଘର୍ଷ କେବେ ଆରମ୍ଭ ହୋଇନଥାନ୍ତା, ଏହା ବାଇଡେନ ଏବଂ ଜେଲେନସ୍କିଙ୍କ ଯୁଦ୍ଧ।
ସେ କହିଥିଲେ, “ମୁଁ କେବଳ ଯୁଦ୍ଧକୁ ବନ୍ଦ କରିବା ଏବଂ ହଜାର ହଜାର ରୁଷ ଏବଂ ୟୁକ୍ରେନୀୟ ଜୀବନ ବଞ୍ଚାଇବା ପାଇଁ ଏଠାରେ ଅଛି (ଗତ ସପ୍ତାହରେ କେବଳ 7,118 ଜୀବନ ହରାଇଥିଲା। ଯଦି ନାଟୋ ମୋ କଥା ଶୁଣେ, ତେବେ ଯୁଦ୍ଧ ଶୀଘ୍ର ଶେଷ ହେବ ଏବଂ ସେହି ସମସ୍ତ ଜୀବନ ରକ୍ଷା ପାଇବ! ଯଦି ନୁହେଁ, ତେବେ ତୁମେ କେବଳ ମୋର ସମୟ ଏବଂ ଆମେରିକାର ସମୟ ଏବଂ ଟଙ୍କା ବର୍ବାଦ କରୁଛ।”
ଡୋନାଲ୍ଡ ଟ୍ରମ୍ପ କହିଥିଲେ – ମୁଁ ଧୈର୍ଯ୍ୟ ହରାଉଛି
ଶୁକ୍ରବାର ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ତାଙ୍କର ଧୈର୍ଯ୍ୟ ଶେଷ ହେବାକୁ ଯାଉଛି। “ଫକ୍ସ ଆଣ୍ଡ ଫ୍ରେଣ୍ଡସ୍” କାର୍ଯ୍ୟକ୍ରମରେ ଏକ ସାକ୍ଷାତକାର ସମୟରେ ଟ୍ରମ୍ପ କହିଥିଲେ, “ଏହି ସମୟ ଦ୍ରୁତ ଗତିରେ ଶେଷ ହେଉଛି।”
ସେ ଆହୁରି ମଧ୍ୟ କହିଥିଲେ, “ଯେତେବେଳେ ପୁଟିନ ଏହା କରିବାକୁ ଚାହାଁନ୍ତି, ଜେଲେନ୍ସକି ତାହା କରନ୍ତି ନାହିଁ।” ଯେତେବେଳେ ଜେଲେନ୍ସକି ଏହା କରିବାକୁ ଚାହାଁନ୍ତି, ପୁଟିନ୍ କରନ୍ତି ନାହିଁ… ଆମକୁ ବହୁତ କଡ଼ା ଜବାବ ଦେବାକୁ ପଡିବ।”