ଲୁଗା କାଚିଲାଭଳି ପାକ୍ ଖେଳାଳିଙ୍କୁ ପଡିଆରେ ଧୋଉଛି ଟିମ୍ ଇଣ୍ଡିଆ: ମାତ୍ର ୬ ବଲରେ ପାକିସ୍ତାନର ୨ ଜଣ OUT

ଦୁବାଇ: ପ୍ରତିଶୋଧ ନେଲା ଭାରତ । ମାତ୍ର ଗୋଟିଏ ଓଭରରେ ପାକିସ୍ତାନର ୨ଟି ୱିକେଟ୍ ଡାଉନ ହେଲା ।

ଖେଳ ଆରମ୍ଭରୁ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନର ସାଇମ୍ ଆୟୁବଙ୍କୁ ଆଉଟ୍ କରିଛନ୍ତି । ଇନିଂସ ଆରମ୍ଭର ୨ୟ ବଲରେ ଆୟୁବ ଆଉଟ୍ ହୋଇଥିବା ଦେଖିବାକୁ ମିଳିଛି ।

ସେପଟେ ଜସପ୍ରିତ ବୁମରାହ ମହମଦ ହରିସଙ୍କୁ ଆଉଟ୍ କରିଛନ୍ତି । ସନ୍ଧ୍ୟା ୮ଟାରେ ଭାରତ ପାକିସ୍ତାନ ମ୍ୟାଚ୍ ଆରମ୍ଭ ହୋଇଛି ।

ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଭାରତ ବୋଲିଂ କରିଛି । ପାକ୍ ଖେଳାଳିଙ୍କୁ ନେଇ ଇଣ୍ଡିଆ ଟିମ ପକ୍ଷରୁ ଫିଲ୍ଡିଂ ଜୋରଦାର ରହିଛି ।