ସାର ସଙ୍କଟ: ରାଜଭବନ ସମ୍ମୁଖରେ ବିଜେଡ଼ି-ପୋଲିସ ମୁହାଁମୁହିଁ, ପରିସ୍ଥିତି ଭୟଙ୍କର, ଦେଖନ୍ତିୁ ଭିଡିଓ…
ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ । ଏହାକୁ ନେଇ ଆଜି ରାଜଭବନ ସମ୍ମୁଖରେ ବିଜେଡ଼ି-ପୋଲିସ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।
ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ସାର ସଙ୍କଟ। ଆଉ ଏହି ସଙ୍କଟକୁ ନେଇ ରାଜଭବନ ସମ୍ମୁଖରେ ବିଜେଡ଼ି ପକ୍ଷରୁ କରାଯାଇଛି ବିକ୍ଷୋଭ । ଚାଷୀ ସାର ନ ପାଇ ଚିନ୍ତାରେ, କିନ୍ତୁ ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣରେ ଅଛି। ଏନେଇ ଦଳର ସମସ୍ତ ଛାମୁଆ ସଂଗଠନ ସହ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଦାବି ଜଣାଛନ୍ତି।
VIDEO | Bhubaneswar: The Biju Janata Dal held a massive protest meeting in front of Raj Bhavan over the scarcity of fertiliser in Odisha, followed by a rally and protest demonstration to Raj Bhavan. A delegation will also submit a memorandum to the Governor of Odisha.
(Full… pic.twitter.com/knL7rMG3fD
— Press Trust of India (@PTI_News) September 15, 2025
ସେପଟେ ବିଜେଡି ରାଲି କରି ରାଜଭବନ ଆଡ଼କୁ ଯାଉଥିବା ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୋଲିସ ସହ ଦଳର ନେତାଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିଜେଡି ନେତା।
ଅନ୍ୟପଟେ ସରକାରଙ୍କୁ ସିଧା ଟାର୍ଗେଟ କରିବା ସହ ଏଥିପାଇଁ ବଡ ଷଡଯନ୍ତ୍ର ହୋଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ବିଜେଡିର ଏଭଳି ଅଭିଯୋଗକୁ ଭିତ୍ତିହୀନ କହିବା ସହ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ସାର ମହଜୁଦ ଥିବା କହିଛନ୍ତି ବିଜେପି ମୁଖପାତ୍ର ମନୋଜ କୁମାର ମହାପାତ୍ର।
ତେବେ ରାଜ୍ୟର କୋରାପୁଟ, ଗଜପତି, ଗଞ୍ଜାମର ବିଭିନ୍ନ ସ୍ଥାନରେ ଏବେ ବି ଲାଗି ରହିଛି ସାର ସଙ୍କଟ। ବସ୍ତାଏ ସାର ପାଇଁ ଲମ୍ବା ଧାଡିରେ ଛିଡା ହୋଇ ରହୁଛନ୍ତି ଚାଷୀ।