କଟକ: ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ନେଇ ଆସିଛି ବଡ଼ ଖବର । ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ବୁଦ୍ଧାଦିତ୍ୟ ମହାନ୍ତି ।
ସଂକ୍ରମଣ ପଲ୍ୟୁମନାରୀ ବିଭାଗରେ ବୁଦ୍ଧାଦିତ୍ୟଙ୍କ ଚିକିତ୍ସା । ଭୁବନେଶ୍ୱରରେ ଚିକିତ୍ସା ଚାଲିଥିବାବେଳେ ସୁସ୍ଥ ନ ହେବାରୁ ତାଙ୍କୁ ସିଡିଏ ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଥଣ୍ଡା, ଜ୍ୱର ଏବଂ ଫୁସଫୁସ ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି ।
କିଛିଦିନ ପୂର୍ବେ ଓଲିଉଡ୍ ସଙ୍ଗିତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଭୁବନେଶ୍ୱର ଏକ୍ସରେ ଭର୍ତ୍ତି କରାଯାଇଛି । ଲିଭର ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲଥିବା ଜଣାପଡ଼ିଛି ।