ଭୁବନେଶ୍ୱର ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ଓ ଦୀପକ କରିଥିଲେ କୋର୍ଟ ମ୍ୟାରେଜ୍,ବୀମା ଟଙ୍କା ପାଇଁ ଦୀପକ ତା’ ପ୍ରଥମ ସ୍ତ୍ରୀକୁ କରିଥିଲା ହତ୍ୟା!
ଭୁବନେଶ୍ୱର: ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ । ହତ୍ୟା ସନ୍ଦେହରେ ପ୍ରେମିକ କନେଷ୍ଟବଳଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ଭଲ ପାଉଥିବା କନଷ୍ଟେବଲ ଦୀପକ ରାଉତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ତେଣୁ ମାମଲାର ତଦନ୍ତ କରୁଥିବା ସ୍ପେଶାଲ ସ୍କ୍ୱାଡ୍ ସେହି କନଷ୍ଟେବଲଙ୍କ ସୂଚନାକୁ ଆଧାର କରି କେନ୍ଦୁଝର ଯାଇଥିବା ଜଣାପଡିଛି । ପ୍ରେମିକ କନଷ୍ଟେବଲ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝରର କେଉଁ ଜଙ୍ଗଲରେ ପୋତାଯାଇଥିବା ସୁରାକ ପାଇ କେନ୍ଦୁଝର ପୁଲିସ ସହାୟତାରେ କମିସନରେଟ ପୁଲିସ ଖୋଳତାଡ କରୁଛି ।
ସୂଚନା ମୁତାବକ 2024, july 25ରେ ଶୁଭମିତ୍ରା- ଦୀପକଙ୍କୁ ବିବାହ କରିଥିଲେ । ସେମାନଙ୍କ କୋର୍ଟ ମ୍ୟାରେଜ ସାର୍ଟିଫିକେଟ ପୋଲିସ୍ର ହସ୍ତଗତ ହୋଇଛି । ଘଟନଙ୍କ ନେଇ ଆଉ ଏକ ଚାଂଚଳୁଁୟକାର ତଥ୍ୟ ସାମ୍ନାକୁ ଆସିଛି , ଯେଉଁଥିରେ ଜଣାପଡିଛି, ଯେ ଦୀପକ ପୂର୍ବରୁ ବିବାହିତ, ବିନା କମ୍ପାନୀ ତାଙ୍କ ପାଇବାପାଇଁ ସେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିଲା ।
କୋଟିଏ ତାଙ୍କ ପାଇଁ ଦୀପକ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ; ଦୀପକ ଏହାକୁ ଦୁର୍ଘଟଣା ବୋଲି କହିଛନ୍ତି।
ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା । ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଏତଲା ଦେଇଥିଲେ ।
ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି ।