ଏଣିକି ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଦଳିଲା ନିୟମ। ଏଣିକି ନିଜ ବିଷୟ ବସ୍ତୁ ସହ ସ୍କୁଲରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଏନେଇ ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରଖିଲେ ଗଣଶିକ୍ଷା ମନ୍ତ୍ରୀ। ନିତ୍ୟାନନ୍ଦ ଗଣ୍ଡଙ୍କ କହିବା କଥା ପାଠ ପଢିବା ସହ ଛାତ୍ରଛାତ୍ରୀଙ୍କର ଆମ ପରମ୍ପରା ଓ ଆଧ୍ୟାତ୍ମିକତା ଉପରେ ମଧ୍ୟ ଜ୍ଞାନ ରହିବା ଜରୁରୀ।