ସମୁଦ୍ର ମଝିରେ ବଡ଼ ଅଘଟଣ, ଜଳୁଛି ଚିନି-ଚାଉଳ ବୋଝେଇ କାର୍ଗୋ ଜାହାଜ, ଦେଖନ୍ତୁ ଭୟଙ୍କର ଭିଡ଼ିଓ

ଚିନି ଓ ଚାଉଳ ବୋଝେଇ କାର୍ଗୋରେ ନିଆଁ। 

ଗୁଜରାଟ: ସମୁଦ୍ର ମଝିରେ ଭୟଙ୍କର ନିଆଁ। ହୁତୁହୁତୁ ହୋଇ ଜଳୁଛି ସମଦ୍ର ମଝିରେ ଥିବା ଜାହାଜ। ଗୁଜରାଟ ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ। ସୁଭାଷନଗର ଜେଟିରେ କାର୍ଗୋ ସିପରେ ଲାଗିଲା ନିଆଁ।

ଜାମନଗର ସ୍ଥିତ HRM & Sons ର ଏହି ଡଙ୍ଗାରେ ଚାଉଳ ଏବଂ ଚିନି ବୋଝେଇ କରାଯାଇଥିଲା, ଯେଉଁଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଲିଛି।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ଚାଉଳ ବୋଝେଇ ହୋଇଥିବାରୁ ଜାହାଜରେ ନିଆଁ କିଛି ସମୟ ମଧ୍ୟରେ ଉଗ୍ର ରୂପ ନେଇଥିଲା, ତେଣୁ ଜାହାଜଟିକୁ ସମୁଦ୍ର ମଝିକୁ ଟାଣି ନିଆଯାଇଥିଲା।

ସୂଚନା ଅନୁଯାୟୀ ଏହି ଜାହାଜଟି ସୋମାଲିଆର ବୋସାସୋ ଯାଉଥିଲା, ଯେତେବେଳେ କି ସେଥିରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି। ହେଲେ ଜାହାଜରେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ।