ଅକ୍ଟୋବର ୨ରେ ସବୁ ଅପେକ୍ଷାର ଘଟିବ ଅନ୍ତ… କାରଣ ଏହି ଦିନ ରିଲିଜ ହେବ “କାନ୍ତାରା Chapter-1”
ପୂଜାବଜାରରେ କରିବ ଧମାଲ ।ଟ୍ରେଲର ଦେଖି ଦର୍ଶକ ହେଲେ ବାଉଳା ।
ଚେନ୍ନାଇ: ଏଥର ଦଶହରାରେ ପ୍ରେକ୍ଷାଳୟକୁ ଓହ୍ଲାଇବ କାନ୍ତାରା ଚାପ୍ଟର-୧ । ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି, ଯାହାକୁ ଲୋକଙ୍କ ଭଲପାଇବାରେ ମିଳିବାରେ ଲାଗିଛି ।
୨୦୨୨ରେ ରିଲିଜ ହୋଇଥିବା କାନ୍ତାରା ସୁପର ହିଟ୍ ହୋଇଥିବାବେଳେ ଦର୍ଶକଙ୍କୁ ଫିଲ୍ମଟି ବେଶ୍ ପସନ୍ଦ ଆସିଥିଲା । ଲୋକମାନେ ଫିଲ୍ମର ମୁଖ୍ୟ ଅଭିନେତା ରିଷଭ ସେଟ୍ଟିଙ୍କୁ ମଧ୍ୟ ଖୁବ୍ ଭଲପାଇବା ଦେଇଥିଲେ ।
କାନ୍ତାରାରେ ରିଷଭଙ୍କୁ ଏକ ଭିନ୍ନ ଚରିତ୍ରରେ ସିନେପ୍ରେମୀ ଦେଖିଥିବାବେଳେ ଚାପ୍ଟର-୧ରେ ରିଷଭଙ୍କ ଚରିତ୍ର ରହିଛି ଆହୁରି ଦମଦାର । ପ୍ରପର ବଡି ସେପ୍ ଏବଂ ଲମ୍ବା କେଶ, ଦାଢ଼ିରେ ରିଷଭଙ୍କ ଲୁକ୍ ବେଶ୍ ଆକୃଷ୍ଟ କରିଛି ।
ଟ୍ରେଲର ଆରମ୍ଭରୁ କୁନି ପୁଅ ଶିବା କହୁଛି, ମୋ ବାପା କେଲାବେଲେ ଠିକ୍ ଏହି ସ୍ଥାନରୁ କ’ଣ ପାଇଁ ଉଭେଇଗଲେ?ଯାହାପରେ ସ୍କ୍ରିନରେ ଗୁଲସନ ଜଣେ କଠୋର ରାଜା ଭୂମିକାରେ ସ୍କ୍ରିନରେ ଉଭା ହେଉଛନ୍ତି । ରୁକମିଣି ବସନ୍ତ ଫିଲ୍ମରେ ଜଣେ ରାଜକୁମାରୀ ଭୂମିକରାରେ ନଜରକୁ ଆସିଛନ୍ତି । ଯାହାର ପ୍ରେମରେ ଶିବାର ପୂର୍ବପୁରୁଷ ପଡ଼ୁଥିବା ଏଥିରେ କୁହାଯାଇଛି ।
ରିଷଭଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ କାନ୍ତାରାକୁ ଲୋଙ୍କ ଖୁବସାରା ଭଲପାଇବା ମିଳିଥିଲା । ଏହାର ପ୍ରଡ୍ୟୁସର ଥିଲେ ବିଜୟ କିରାଗନ୍ଦୁର ଏବଂ ଚାଲୁଭ ଗୌଡ଼ା । କାନ୍ତାରା ଚାପ୍ଟର-୧ ଅକ୍ଟାବର ୨ରେ ମୁକ୍ତିଲାଭ କରିବ ।
ଫିଲ୍ମଟି କନ୍ନଡ, ହିନ୍ଦୀ, ତେଲୁଗୁ, ମଲାୟଲମ, ତାମିଲ, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ରିଲିଜ ହେବ । କାନ୍ତାରାରେ ଦେଖାଯାଇଥିବା ଦୈବ ବା କେଲା ଉପରେ ଚାପ୍ଟର-୧ର କାହାଣୀ ଆଧାରିତ ।
ଦଶହରା ବଜାରରେ କାନ୍ତାରା ଚାପ୍ଟର କମାଲ କରିବା ସହ ଭଲ ବ୍ୟବସାୟ କରିବ ବୋଲି ଅନେକ ଆଶା ରଖିଛନ୍ତି ।