ଉତ୍ତରପ୍ରଦେଶ: ଅଶୁଭ ମଙ୍ଗଳବାର। ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ଜଣ। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି।
ରିପୋର୍ଟ ଅନୁସାରେ, ଜାତୀୟ ରାଜପଥରେ ଏକ ମିନିବସ୍ ସହିତ ଏକ କାର ଧକ୍କା ହେବା ପରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।
ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଆଲିଗଡ଼ ଦୁର୍ଘଟଣାରେ ନିର୍ଦ୍ଦୋଷ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜଣେ ଆହତ ହୋଇଛନ୍ତି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଏବଂ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଳୁଥିବା ଗାଡ଼ିକୁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟତ୍ୱରାନିତ କରିଥିଲେ। ହେେ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା।