ଆରମ୍ଭ ହେଲା ରତ୍ନଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା, ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ

ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ଆରମ୍ଭ ହେଲା ରତ୍ନଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶ୍ରୀମନ୍ଦିରରେ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ। ଶୋଧ କରାଯିବ ନାଟମଣ୍ଡପ ଓ ଜଗମୋହନ। ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ। ଶ୍ରୀମନ୍ଦିର ଭିତରକୁ ଗଲେ ପ୍ରାଧୀକୃତ ସଦସ୍ୟ।

ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକଙ୍କ ସମେତ ଅନ୍ୟ ସଦସ୍ୟ ଗଲେ। ସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେଉଛି ରତ୍ନ ଅଳଙ୍କାର।

ଶ୍ରୀମନ୍ଦିର ଭିତରକୁ ଯାଇଛି ମେଟାଲ ଡିଟେକ୍ଟର, ଅନ୍ୟାନ୍ୟ ଅତ୍ୟାଧୁନିକ ମେସିନ୍ ମଧ୍ୟ ନିଆଯାଇଛି। ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ସୋଧୀ ହେବ।

ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଉଛି। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୧ଜଣିଆ ଟିମ୍‌। ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ସ୍ୱାଭାବିକ ହେବ ଦର୍ଶନ କାର୍ଯ୍ୟ।