ଗାନ୍ଧୀମାର୍ଗରେ ଉତ୍ତେଜନା, ପୁଲିସ- ବିଜେଡି କର୍ମୀ ମୁହାଁମୁହିଁ, ବିଧାନସଭା ଘେରିବାକୁ ବିଜେଡିର ଉଦ୍ୟମ

ଗାନ୍ଧୀ ମାର୍ଗରେ ଚାଲିଛି ଖଣ୍ଡ ଯୁଦ୍ଧ।

ଭୁବନେଶ୍ୱର: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ। ବିଧାନସଭା ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି। ବିଧାନସଭା ଘେରିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ।

ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ। ଦୁଇଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ଗାନ୍ଧୀ ମାର୍ଗରେ ଚାଲିଛି ଖଣ୍ଡ ଯୁଦ୍ଧ।

ବିଧାନସଭା ଆଡକୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପାଣି ମାଡ଼ କଲା ପୋଲିସ।