ପୋର୍ଟବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଥିବା ବାରେନ ଆଗ୍ନେୟଗିରିକୁ ଦେଶର ଏକମାତ୍ର ସକ୍ରିୟ ଭୋଲ୍କାନୋ କୁହାଯାଏା ଲଗାତାର ଦୁଇଥର ଲାଭା ଉଦ୍ଗୀରଣ ହେବା ପରେ ଏହା ବାବଦରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛିା
ଦୀର୍ଘ ଦେଢଶହ ବର୍ଷପରେ ଏହି ଆଗ୍ନେୟଗିରି ସକ୍ରିୟ ହୋଇଥିଲା । ଏହାପରଠାରୁ ଏଥିରେ ଅନେକ ଥର ଲାଭା ଉଦ୍ଗୀରଣ ଦେଖାଯାଇଛିା
ଆଗ୍ନେୟଗିରିର ପ୍ରକାର: କ୍ରିୟାଶୀଳ ଅନୁଯାୟୀ ଜ୍ୱାଳାମୁଖୀକୁ ୩ ଭାଗରେ ବିଭକ୍ତ କରାଯାଇଛି ।
ସକ୍ରିୟ ଆଗ୍ନେୟଗିରି:ଯେଉଁ ଜ୍ୱାଳାମୁଖୀରୁ ଲାଭା ବାହାରୁଥାଏ ବା ଭବିଷ୍ୟତରେ ଲାଭା ଉଦ୍ଗୀରଣ ହେବାର ସମ୍ଭାବନା ରହିଛି , ତାକୁ ସକ୍ରିୟ ଆଗ୍ନେୟଗିରି କୁହାଯାଏା ଭାରତରେ ଗୋଟିଏ ମାତ୍ର ସକ୍ରିୟ ଆଗ୍ନେୟଗିରି ରହିଛିା
ସୁପ୍ତ ଆଗ୍ନେୟଗିରି:ଯେଉଁ ଜ୍ୱାଳାମୁଖୀରେ କେବେ ଠାରୁ ଲାଭା ଉଦ୍ଗୀରଣ ହୋଇନାହିଁ ମାତ୍ର ଭବିଷ୍ୟତରେ ଏଥିରୁ ଲାଭା କ୍ଷରଣ ହୋଇପାରେ ସେପରି ଜ୍ୱାଳାମୁଖିକୁ ସୁପ୍ତ ଆଗ୍ନେୟଗିରି କୁହାଯାଏା
ନିଷ୍କ୍ରିୟ ଆଗ୍ନେୟଗିରି:ଯେଉଁ ଜ୍ୱାଳାମୁଖୀରୁ ହଜାର ବର୍ଷରୁ ଅଧିକ ସମୟ ହେବ ଲାଭା ଉଦ୍ଗୀରଣ ହୋଇନାହିଁ କିମ୍ବା ଭବିଷ୍ୟତରେ ଏହା କେବେ ମଧ୍ୟ ସକ୍ରିୟ ହେବ ନାହିଁ ତାହା ହେଉଛି ନିଷ୍କ୍ରିୟ ଆଗ୍ନେୟଗିରି ।
ବାରେନ ଦ୍ୱୀପ ଆଗ୍ନେୟଗିରି: ଏହି ଭୋଲକାନୋ ୧୫୦ ବର୍ଷ ଧରି ନିଷ୍କ୍ରିୟ ଅବସ୍ଥାରେ ପଡିରହିଥିଲା । ମାତ୍ର ୧୯୯୧ ମସିହାରେ ହଠାତ ବିସ୍ଫୋରଣ ହୋଇ ଏଥିରୁ ଲାଭାକ୍ଷରଣ ହୋଇଥିଲ।। ଏତେ ଦିନ ପରେ ମଧ୍ୟ ଏକ ନିଷ୍ଟ୍ରିୟ ଆଗ୍ନେୟଗିରିରୁ ଲାଭା ବାହାରିବା ଆଶ୍ଚର୍ଯ୍ୟକର ଘଟଣା ।
ଆଣ୍ଡାମାନ ଓ ନିକୋବରର ରାଜଧାନୀ ପୋର୍ଟବ୍ଲେୟାର ଠାରୁ ୧୩୫ କିଲୋମିଟର ଦୁରରେ ଏହି ଭୋଲକାନୋ ରହିଛିା ବାରେନ ଜ୍ୱାଳାମୂୁଖୀକୁ ଭାରତ ତଥା ଦକ୍ଷିଣ ଏସିଆ ମହାଦେଶର ଏକମାତ୍ର ସକ୍ରିୟ ଜ୍ୱାଳାମୁଖୀ କୁହାଯାଏା
ଗତ ଜୁଲାଇ ମାସରେ ଏଠାରେ ଶେଷଥର ପାଇଁ ଲାଭା ଉଦ୍ଗୀରଣ ହୋଇଥିଲା । ପୁଣି ସେପ୍ଟେମ୍ବର ୧୩ ଓ ସେପ୍ଟେମ୍ବର ୨୦ରେ ଦୁଇଥର ଲାଭାଉଦ୍ଗୀରଣ ଘଟଣା ସାମ୍ନାକୁ ଆସିଛିା ଦ୍ରୁତଗତିରେ ଜଳବାୟୁ ପରିବର୍ତନ ହେଉଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛିା
ସୂଚନଯୋଗ୍ୟ ଯେ ଲାଭା ଉଦ୍ଗୀରଣର ପ୍ରଭାବ ସେତେ ମାତ୍ରାରେ ନଥିବାରୁ ଏହାଦ୍ୱାରା ଜନସାଧାରଣ ପ୍ରଭାବିତ ହେବେ ନାହିାଁ