“ମୋ ରୁମକୁ ଆସ… ନେଇଯିବି ବିଦେଶ”, ରସିକିଆ ଓଡ଼ିଆ ବାବାଙ୍କ ଦିଲ୍ଲୀରେ ଖେଳ, ଯୁବତୀଙ୍କୁ ଦେଉଥିଲେ ଚମତ୍କାର ଅଫର୍
"ବାବାଙ୍କ କଥାରେ ରାଜି ନହେଲେ କମ୍ ମାର୍କ ଦେବାକୁ ଦେଉଥିଲେ ଧମକ"।
ନୂଆଦିଲ୍ଲୀ: “ମୋ ରୁମକୁ ଆସ… ନେଇଯିବି ବିଦେଶ”, ଏଥିପାଇଁ ତୁମର ଟଙ୍କାଟିଏ ବି ଖର୍ଚ୍ଚ ହେବନାହିଁ। ଏକଥା ଆମେ କହୁନାହୁଁ ଏପରି କିଛି ଛାତ୍ରୀ ଏବଂ ମହିଳାମାନଙ୍କୁ କହୁଥିଲେ ଜଣେ ଓଡ଼ିଆ ବାବା। ଯିଏ ଦିଲ୍ଲୀ ରେ ଦୀର୍ଘ ୧୬ ବର୍ଷ ହେବ ରହୁଛନ୍ତି।
ଯାହାଙ୍କ ଚର୍ଚ୍ଚା ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ବ୍ୟାପିଛି। ହଁ ଆଜ୍ଞା ଆମେ କହୁଛୁ ସେହି ‘ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ’ଙ୍କ ବିଷୟରେ। ଯାହାଙ୍କ କଳା କାରନାମାର ଗୋଟେ ପରେ ଗୋଟେ ପୃଷ୍ଠା ଏବେ ଧୀରେ ଧୀରେ ଖୋଲୁଛି।
ଦିଲ୍ଲୀର ପଶ ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ଘରୋଇ ପରିଚାଳନା ପ୍ରତିଷ୍ଠାନର ‘ନିର୍ଦ୍ଦେଶକ’ ଭାବରେ ଜଣାଶୁଣା ‘ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ’ ଏପରି କିଛି ଘୃଣ୍ୟ ମେସେଜ୍ ଯୁବତୀମାନଙ୍କ ପାଖକୁ ପଠାଇଥିବାର ଜଣାପଡିଛି।
ହ୍ୱାଟ୍ସଆପ୍ ମେସେଜ୍: ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ପାଖାପାଖି ୫୦ ଜଣ ମହିଳାଙ୍କ ମୋବାଇଲ୍ ଫୋନ୍ରୁ ମିଳିଥିବା ହ୍ୱାଟ୍ସଆପ୍ ମେସେଜ୍ ଗତ ୧୬ ବର୍ଷ ମଧ୍ୟରେ ନିର୍ଯ୍ୟାତିତ ହୋଇଥିବା ଶହ ଶହ ମହିଳାମାନଙ୍କ ନିର୍ଯ୍ୟାତନାର କାହାଣୀ ବଖାଣିଛି।
ଯେଉଁଥିରେ ବାବାଙ୍କ ବିରୋଧରେ ଅଶ୍ଳୀଳ ମେସେଜ୍ ଏବଂ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ଭଳି ପ୍ରମାଣ ରହିଛି। ଆଉ ଏହି ହ୍ୱାଟ୍ସଆପ୍ ମେସେଜରେ ଜଣେ ମହିଳାଙ୍କୁ ବାବା ଏମିତି କିଛି କହିଥିଲେ ଯାହା ସୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ମୋ ରୁମକୁ ଆସ ମୁଁ ବିଦେଶ ନେଇଯିବି: ବାବା ଚୈତନ୍ୟାନନ୍ଦ ସରସ୍ୱତୀ ଏକ ହ୍ୱାଟ୍ସଆପ୍ ମେସେଜରେ ଜଣେ ଯୁବତୀଙ୍କୁ ଧନ ସମ୍ପତ୍ତିର ପ୍ରଲୋଭନ ଦେଖାଉଛନ୍ତି।
ସେହିପରି ଆଉ ଏକ ମେସେଜେ ରେ ସେ ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ଖରାପ ମାର୍କ ଦେବାକୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି। ଯେଉଁଥିରେ ସେ ଯୁବତୀଙ୍କୁ କହୁଛନ୍ତି ଯଦି ମୋ କଥାରେ ରାଜି ନହେବ ତାହାଲେ ମୁଁ ତୁମ ମାର୍କ କାଟିଦେବି। କାରଣ ପ୍ରଫେସନରେ ବାବା ଜଣକ ଏକ ଶିକ୍ଷାନୁଷ୍ଠାନ ଚଳାଇଥିଲେ।
୧୬ ବର୍ଷ ଧରି ମହିଳାଙ୍କୁ ନିର୍ଯ୍ୟାତନା: ପ୍ରାଥମିକ ତଦନ୍ତକୁ ଆଧାର କରି ପୋଲିସ ବିଶ୍ୱସ କରୁଛି କି ‘ସ୍ୱାମୀ ଚୈତନ୍ୟାନନ୍ଦ’ ଯାହାଙ୍କ ଜନ୍ମ ଓଡ଼ିଶାରେ ପାର୍ଥସାରଥୀ ଭାବରେ ହୋଇଥିଲା, ସେ ଅତି କମରେ ୧୬ ବର୍ଷ ଧରି ମହିଳାଙ୍କୁ ଶିକାର କରିଆସୁଛନ୍ତି।
୨୦୦୯ ଏବଂ ୨୦୧୬ରେ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଦୁଇଟି ଯୌନ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା। ହେଲେ ସେହି ୨ଟି ଯାକ ମାମଲାରୁ ସେ ଖସିଯାଇଥିଲେ। ଯାହା ତାଙ୍କ ସାହାସକୁ ଅଧିକ ବଢାଇଦେଲା।
ହେଲେ ସବୁଠାରୁ ଭୟଙ୍କର କତା ହେଉଛି କି ଦ୍ୱିତୀୟ ମାମଲାଟି ବସନ୍ତ କୁଞ୍ଜ ଆଶ୍ରମର ଜଣେ ଯୁବତୀଙ୍କ ଦ୍ୱାରା ଦାୟର କରାଯାଇଥିଲା। ଏବଂ ପୋଲିସ କିମ୍ୱା ଆଶ୍ରମ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।
ଦିଲ୍ଲୀ ବାବାଙ୍କ ଯୌନ ନିର୍ଯାତନା MO: ପୋଲିସ ସୂତ୍ରଅନୁଯାୟୀ, ଅଭିଯୁକ୍ତ ବାବା ଫୋନ୍ କଲ୍ କିମ୍ୱା ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟରେ ପୀଡିତଙ୍କ ସହିତ ଯୋଗାଯୋଗ କରୁଥିଲେ।
ଅନେକ କ୍ଷେତ୍ରରେ ପ୍ରଥମ ମେସେଜ୍ ଧମକକୁ ଛାତ୍ରୀମାନେ ଖାତିର କରୁନଥିଲେ। ହେଲେ ବାରମ୍ୱାର ଚେଷ୍ଟା କରିବା ପରେ ବାବାଙ୍କ କଥା ଯୁବତୀମାନେ ନମାନିଲେ ଶେଷରେ ସେ ସେମାନଙ୍କ ମାର୍କ କାଟିଦେବାକୁ ଧମକ ଦେଉଥିଲେ।
ପୋଲିସ କହିଛି ଯେ ସେ ଯେଉଁ ମହିଳାମାନଙ୍କୁ ଟାର୍ଗେଟ କରିଥିଲେ ସେମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଥିଲେ, କିମ୍ବା EWS, ଏପରିକି ବାବା ସେହିମାନଙ୍କୁ ଟାର୍ଗେଟ୍ କରୁଥିଲେ ଯେଉଁମାନେ ସେମାନଙ୍କ ଘରେ କିମ୍ୱା ସ୍ୱାମୀମାମଙ୍କ ପାଖରେ କିଛି କହିପାରିବେ ନାହିଁ।