Oppo ଲଞ୍ଚ୍ କଲା Reno 14 5G ଦିଓ୍ୱାଲୀ ସ୍ପେଶାଲ ଏଡ଼ିସନ୍, ଦେଖନ୍ତୁ ଫାଷ୍ଟ ଲୁକ୍
ଦମଦାର ଫିଚର୍ ସହ ପ୍ରାଇସ୍ ମଧ୍ୟ ଦ୍ୱିଗୁଣା ହ୍ରାସ!
ନୂଆଦିଲ୍ଲୀ: Oppo Reno 14 5G ଫୋନର ଏକ ଦୀପାବଳି ସ୍ପେଶାଲ୍ ଏଡିସନ୍ ଲଞ୍ଚ କରିଛି। ଏହି ନୂଆ ଭାରିଆଣ୍ଟଟି ମାନକ ଭାରିଆଣ୍ଟ ତୁଳନାରେ ଅନନ୍ୟ ଫିଚର୍ ପ୍ରଦାନ କରେ।
ଏହି ସ୍ୱତନ୍ତ୍ର ଦୀପାବଳୀ ଗୋଲ୍ଡ ରଙ୍ଗ ମଡେଲର ପଛପଟେ ଦୀପାବଳୀ ରଙ୍ଗୋଲି ଡିଜାଇନ୍ ରହିଛି। କିନ୍ତୁ ଫୋନର ହାର୍ଡଓ୍ୱେର୍ ଅପରିବର୍ତ୍ତିତ ରହିଛି। କିନ୍ତୁ ଏହାର ଅନ୍ୟ ଏକ ଦମଦାର ଫିଚର୍ ରହିଛି।
Oppo Reno 14 ଦିଓ୍ୱାଲୀ ଏଡିସନ୍ ପଛ ପ୍ୟାନେଲରେ ହୀଟ୍-ସେଂସେଟିବ କଲର ପରିବର୍ତ୍ତନ ଟେକ୍ନୋଲୋଜି ରହିଛି। କମ୍ପାନୀ ଦାବି କରିଛି ଯେ ଏହା ଇଣ୍ଡଷ୍ଟ୍ରିର ପ୍ରଥମ ଫୋନ୍ ଯେଉଁଥିରେ ଏହି ପ୍ରଯୁକ୍ତିବିଦ୍ୟା ରହିଛି। କାରଣ ଫୋନ୍ ଗରମ ହେଲେ ଫୋନ୍ ର ରଙ୍ଗ ପରିବର୍ତ୍ତନ ହୋଇଯିବ।
ଏହି ସ୍ୱତନ୍ତ୍ର ସଂସ୍କରଣଟି 8GB RAM + 256GB ଷ୍ଟୋରେଜରେ ଲଞ୍ଚ କରାଯାଇଛି, ଯାହାର ମୂଲ୍ୟ ୩୯,୯୯୯ ଟଙ୍କା ଅଟେ। କମ୍ପାନୀ ଏହି ଫୋନ ଉପରେ ୩୦୦୦ ଟଙ୍କା ରିହାତି ପ୍ରଦାନ କରୁଛି।
ଯାହା ଏହାକୁ ୩୬,୯୯୯ ଟଙ୍କାରେ ଉପଲବ୍ଧ କରୁଛି। ଦୀପାବଳୀ ଏଡିସନ୍ ବ୍ୟତୀତ, ଏହି ଫୋନଟି ଫରେଷ୍ଟ ଗ୍ରୀନ୍, ପର୍ଲ ହ୍ୱାଇଟ୍ ଏବଂ ମିଣ୍ଟ ଗ୍ରୀନ୍ ରଙ୍ଗରେ ମଧ୍ୟ ଉପଲବ୍ଧ।
Oppo Reno 14 ର ଷ୍ଟାଣ୍ଡାର୍ଡ ଭାରିଆଣ୍ଟ ୩୭,୯୯୯ରୁ ଆରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଥିଲା। ତଥାପି ଏହି ଫୋନର ମୂଲ୍ୟ ମଧ୍ୟ ୩୦୦୦ ଟଙ୍କା ହ୍ରାସ ପାଇଛି।
ଏହା ଏବେ ୩୪,୯୯୯ ରୁ ଆରମ୍ଭିକ ମୂଲ୍ୟରେ ଉପଲବ୍ଧ। ଦୀପାବଳି ଏଡିସନ୍ ପାଇଁ ୟୁଜରମାନଙ୍କୁ ୨୦୦୦ ଟଙ୍କା ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ।