Asia Cup Final: ପୂରଣ ହେଇଯିବ ପାକିସ୍ତାନର ପ୍ରତିଶୋଧ ; ଟିମ ଇଣ୍ଡିଆଙ୍କୁ ଲାଗିପାରେ ଶକ୍ତ ଝଟକା, ଫାଇନାଲ ଖେଳିପାରିବେନି ସୂର୍ଯ୍ୟକୁମାର !
Asi aCup Final: ଫାଇନାଲରେ ଖେଳି ପାରିବେନି ସୂର୍ଯ୍ୟକୁମାର! ବଢ଼ିଲା ଅଡୁଆ ...
ନୂଆଦିଲ୍ଲୀ: ଚାଲିଛି ଏସିଆ କପ୍ ମହାମୁକାବିଲା । କ୍ରମାଗତ ଭାବେ ୩ୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ସେପ୍ଟେମ୍ବର ୨୮ ତାରିଖରେ ପୁଣି ପାକିସ୍ତାନ କିମ୍ବା ବାଂଲାଦେଶ ସହିତ ଫାଇନାଲ ଖେଳିବ ଭାରତୀୟ ଦଳ । ବର୍ତ୍ତମାନର ସ୍ଥିତି ଦେଖି ଯାହା ଲାଗୁଛି ପାକିସ୍ତାନ ହାତରୁ ଫାଇନାଲ ଖେଳିବାର ମଉକା ଖସି ଯାଇପାରେ। କିନ୍ତୁ ଏହା ପୂର୍ବରୁ ବିରାଟ ଅଡୁଆରେ ପଡିଯାଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।
ପିସିବି ଭାରତର ଟି-୨୦ ଅଧିନାୟକଙ୍କ ବୟାନକୁ ନେଇ ଚିହିକି ଉଠିବା ସହିତ ଆଇସିସିରେ ଅଭିଯୋଗ କରିଛି। ଏହା ପରେ, ଆଇସିସି ମ୍ୟାଚ୍ ରେଫରି ଭାରତୀୟ କ୍ରିକେଟ ଟିମ୍କୁ ଇମେଲ୍ ପଠାଇଥିବା ଜଣାପଡିଛି । ଟିମ୍ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି ପିସିବି ।
ଦୈନିକ ଜାଗରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ପୁରସ୍କାର ସମାରୋହ ଏବଂ ସାମ୍ବାଦିକ ସମ୍ମିଳନୀ ସମୟରେ ଦେଇଥିବା ବକ୍ତବ୍ୟ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ପିସିବି ସୂର୍ଯ୍ୟକୁମାର ଯାଦବଙ୍କ ସମ୍ପର୍କରେ ଆଇସିସିରେ ଦୁଇଟି ଅଭିଯୋଗ ଦାଖଲ କରିଛି। ଆଉ ICC ଅଭିଯୋଗ ସମ୍ପର୍କରେ ମ୍ୟାଚ୍ ରେଫରି ରିଚି ରିଚାର୍ଡସନଙ୍କୁ ଦୁଇଟି ରିପୋର୍ଟ ପଠାଇଛି, ଯାହା ପରେ ସେ ଭାରତୀୟ ଦଳକୁ ଏକ ଇମେଲ୍ ପଠାଇଛନ୍ତି।
ରିଚି ରିଚାର୍ଡସନଙ୍କ ଦ୍ୱାରା ପଠାଯାଇଥିବା ଇମେଲରେ କୁହାଯାଇଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ସୂର୍ଯ୍ୟକୁମାର ଯାଦବଙ୍କ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନ୍ ଏବଂ ସାମ୍ବାଦିକ ସମ୍ମିଳନୀ ସମୟରେ ତାଙ୍କ ବୟାନ ସମ୍ପର୍କରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା। ରିପୋର୍ଟଗୁଡ଼ିକର ସମୀକ୍ଷା ଏବଂ ପ୍ରମାଣ ଯାଞ୍ଚ କରିବା ପରେ, ସୂର୍ଯ୍ୟକୁମାର ଯାଦବଙ୍କ ବୟାନ ଖେଳର ପ୍ରତିଛବିକୁ କ୍ଷତି ପହଞ୍ଚାଇଥିବା ଜଣାପଡିଛି।
ରିଚି ରିଚାର୍ଡସନ କହିଛନ୍ତି: ରିଚି ରିଚାର୍ଡସନ କହିଛନ୍ତି, ଇମେଲରେ ଉଲ୍ଲେଖ ଅଛି ଯେ ଯଦି ସୂର୍ଯ୍ୟକୁମାର ଯାଦବ ଅଭିଯୋଗ ଗ୍ରହଣ ନ କରନ୍ତି, ତେବେ ଏକ ଶୁଣାଣି କରାଯିବ। ସେହି ଶୁଣାଣିରେ ସୂର୍ଯ୍ୟକୁମାର ଯାଦବ ଏବଂ ଜଣେ PCB ପ୍ରତିନିଧି ସାମିଲ ହେବେ।
ସୂର୍ଯ୍ୟକୁମାର ଯାଦବ କ’ଣ କହିଥିଲେ: ତେବେ ସୂର୍ଯ୍ୟକୁମାର ଯାଦବ କ’ଣ କହିଥିଲେ? ୨୦୨୫ ଏସିଆ କପର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ, ଏହି ବିଜୟ ପହଲଗାମ୍ ପୀଡିତଙ୍କ ପାଇଁ ଉତ୍ସର୍ଗୀକୃତ। ଆଉ ଭାରତୀୟ ସେନାଙ୍କୁ ଉତ୍ସର୍ଗୀକୃତ ।
ଆଉ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ କହିଥିଲେ ଯେ, ବିଜୟ ପରେ ସେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ବୋଲି ସରକାର ଏବଂ ବିସିସିଆଇ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ଯାହାକି ବିବାଦକୁ ବଢାଇ ଦେଇଥିଲା । ICC ନିୟମ ଅନୁଯାୟୀ, ଏହି ମାମଲାକୁ ଗ୍ରେଡ୍-୧ ଉଲ୍ଲଂଘନ ଭାବରେ ବିବେଚନା କରାଯାଏ। ଏପରି କ୍ଷେତ୍ରରେ, କୌଣସି ଖେଳାଳିଙ୍କୁ ନିଷିଦ୍ଧ କରାଯାଏ ନାହିଁ। ସେମାନଙ୍କ କେବଳ ଜରିମାନା ବାବଦକୁ ମ୍ୟାଚ୍ ଫି କଟାଯାଇଥାଏ । ଜଣେ ଖେଳାଳିଙ୍କୁ କେବଳ ସେତେବେଳେ ନିଷେଧ କରାଯାଏ ଯଦି ସେ ଗ୍ରେଡ୍ ୨, ୩ କିମ୍ବା ୪ର ଉଲ୍ଲଂଘନ କରନ୍ତି ।