ଖେଳ ଇତିହାସରେ ପ୍ରଥମ : ଖେଳ ମଝିରେ ଶୋଇଗଲେ ବ୍ୟାଟ୍ସମ୍ୟାନ, ଜିତୁ ଜିତୁ ହାରିିଗଲେ ମ୍ୟାଚ୍…

ବାଜି ମାରିଥାନ୍ତା ଶ୍ରୀଲଙ୍କା ଟିମ, ମାତ୍ର...

ଦୁବାଇ: ନିଜ ଭୁଲ ପାଇଁ ହାରିଲା ଶ୍ରୀଲଙ୍କା । ହାତରୁ ଗଲା ଜିତିବା ମ୍ୟାଚ। ଅପରାଜୟ ରହିଲା ଭାରତ। ହାରିବା ପରେ ମୁଣ୍ଡରେ ପଶିଲା ବୁଦ୍ଧି ।

ଗତକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିଅମରେ ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ସୁପର-୪ର ଶେଷ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଆରମ୍ଭରୁ ଟସ୍ ଜିତି ଶ୍ରୀଲଙ୍କା ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ୍ ହରାଇ ୨୦୨ ରନ କରିଥିଲା।

ସ୍କୋର ୨୦୦ ଉପରେ ଥିବାରୁ ଅନୁମାନ ଲଗାଯାଉଥିଲା କି ଭାରତ ସହଜରେ ବିଜୟ ହାସଲ କରିବ । ମାତ୍ର ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାରତକୁ ଟକ୍କର ଦେବା ଭଳି ପ୍ରଦର୍ଶନ କରିଥିଲୋ ଶ୍ରୀଲଙ୍କା ମଧ୍ୟ ବ୍ୟାଟିଙ୍ଗ କରି ୫ ୱିକେଟ୍ ହରାଇ ୨୦୨ ରନ କରିଥିଲା।

ତେବେ ନିଜର ଗୋଟିଏ ଭୁଲ କାରଣରୁ ଶ୍ରୀଲଙ୍କା ସୁପର୍ ଓଭର ଖେଳିବାକୁ ବାଧ୍ୟ ହେଲା ଓ ଜିତିବା ମ୍ୟାଚରେ ହାରିବାକୁ ପଡିଥିଲ।।

ପଥୁମ୍ ନିସାଙ୍କାଙ୍କ ଚମତ୍କାର ଶତକ ଶ୍ରୀଲଙ୍କାକୁ ଭାରତ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ରନ ପିଛା କରିବାରେ ସାହାର୍ଯ୍ୟ କରିଥିଲା ଏହାସହ ଶ୍ରୀଲଙ୍କାକୁ ବିଜୟର ଦ୍ୱାରଦେଶରେ ମଧ୍ୟ ପହଞ୍ଚାଇଥିଲା। ଶେଷ ଓଭରରେ ଛଅଟି ବଲ୍ ରୁ ମାତ୍ର 12 ରନ୍ ଦରକାର ଥିଲା ।

ହର୍ଷିତ ରାଣା ପ୍ରଥମ ବଲ୍ ରେ ପଥୁମ୍ ନିସାଙ୍କା ୱିକେଟ୍ ନେଇଗଲେ, ଶେଷରେ ଶ୍ରୀଲଙ୍କାକୁ ଜିତିବା ପାଇଁ ତିନି ରନ୍ ଆବଶ୍ୟକ ଥିଲା।

ଗୋଟିଏ ଭୁଲରୁ ହାରିଲା ଶ୍ରୀଲଙ୍କା: ଦାସୁନ୍ ଶାନାକା ଶେଷ ଓଭରର ଶେଷ ବଲ୍ ଲଙ୍ଗ-ଅନ୍ ଆଡକୁ ଖେଳିଥିଲେ, ଏହି ସମୟରେ ଭାରତୀୟ ଖେଳାଳି ଅକ୍ଷର ପଟେଲ ବଲକୁ ଉଠାଇବା ପାଇଁ ଅନେକ ସମୟ ନେଇଥିଲେ ଏପରିକି ଅକ୍ଷର ପଟେଲଙ୍କ ଦ୍ବାରା ମିସ୍ ଫିଲ୍ଡିଂ ମଧ୍ୟ ହୋଇଥିଲା। ଏଣୁ ଶ୍ରାଲଙ୍କା ପାଖରେ ରନ ନେବାକୁ ସମୟ ମଧ୍ୟ ଥିଲା।

ମାତ୍ର ପ୍ରଥମେ ଦ୍ରୁତ ଗତିରେ ରନ କରିବା ପରେ ଦାସୁନ୍ ଶାନାକା ଦ୍ୱିତୀୟ ରନ୍ ପୂରଣ କରି ତଳେ ଡାଇଭ୍ ମାରିଥିଲେ। ସେ ଲକ୍ଷ୍ୟ କରିନଥିଲେ ଯେ ବଲ ଫିଙ୍ଗା ଚାଲିଥିବା ସମୟରେ ତାଙ୍କ ପାଖରେ ଆଉ ଗୋଟିଏ ରନ୍ ନେବାର ଏକ ଭଲ ସୁଯୋଗ ଅଛି।

ଦାସୁନ୍ ଶାନାକାଙ୍କ ଏହି ଛୋଟ ଭୁଲ ମ୍ୟାଚ୍ କୁ ସୁପର ଓଭର ଯାଏଁ ନେଇଯାଇଥିଲା । ଯଦି ସେ ଶୀଘ୍ର ଉଠି ଆଉ ଏକ ରନ ନେଇଥାନ୍ତେ , ତେବେ ତୃତୀୟ ରନ୍ ହୋଇଯାଇଥାନ୍ତା ଏବଂ ଶ୍ରୀଲଙ୍କା ଖେଳରେ ବାଜି ମାରିଥାନ୍ତା।