ବିଚିତ୍ର! ଦେଢ଼ ବର୍ଷର ପୁଅକୁ ରାସ୍ତା କଡ଼ରେ ଫିଙ୍ଗି, ଡ୍ୟାମରୁ ଡେଇଁ ଜୀବନ ଦେଲେ ଦମ୍ପତି
ମାମୁଁ ଡ୍ୟାମ ପାଖରେ ପହଞ୍ଚିଲାବେଳକୁ ଦମ୍ପତି ଡ୍ୟାମରୁ ତଳକୁ ଡେଇଁ ଆତ୍ମହତ୍ୟା କରିସାରିଥିଲେ । କୁନି ପୁଅକୁ ରାସ୍ତା କଡ଼ରେ ରଖି ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ଭୋପାଳ: ମଧ୍ୟପ୍ରଦେଶର ବେଟୁଲ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନବଦମ୍ପତି ଡ୍ୟାମରୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ଦେଢ଼ ବର୍ଷର ପୁଅକୁ ରାସ୍ତା କଡ଼ରେ ଫୋପାଡ଼ି ଦେଇଯାଇଛନ୍ତି ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଦମ୍ପତି ହେଲେ ଶୁଭମ କାରଦାଟେ ଯାହାଙ୍କ ବୟସ ୨୫ ଏବଂ ତାଙ୍କ ସ୍ତ୍ରୀ ରୋଶନୀ ଯାହାଙ୍କ ବୟସ ୨୪ ବର୍ଷ ବୋଲି ଜଣାପଡ଼ିଛି ।
ସେମାନଙ୍କ ଘର ପିପରିଆ ଗାଁରେ ଜଣାପଡ଼ିଛି । ସକାଳ ପ୍ରାୟ ୯ଟାବେଳେ ଶୁଭମ ଓ ରୋଶନୀ ଘରୁ ପୁଅକୁ ନେଇ ବାହାରକୁ ଆସିଥିଲେ । ଆତ୍ମହତ୍ୟା ପୂର୍ବରୁ ଶୁଭମ ତାଙ୍କ ମାମୁଁଙ୍କୁ କଲ କରି ଡ୍ୟାମ ପାଖକୁ ଡାକିଥିଲେ ।
ତାଙ୍କ ମାମୁଁ ଡ୍ୟାମ ପାଖରେ ପହଞ୍ଚିଲାବେଳକୁ ଦମ୍ପତି ଡ୍ୟାମରୁ ତଳକୁ ଡେଇଁ ଆତ୍ମହତ୍ୟା କରିସାରିଥିଲେ । କୁନି ପୁଅକୁ ରାସ୍ତା କଡ଼ରେ ରଖି ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ଘଟଣାର ସୂଚନା ପାଇଁ ପୋଲିସ ଘଟଣାସ୍ଥଳରରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିବାବେଳେ କୁନି ପୁଅକୁ ସାମାଜିକ କର୍ମୀଙ୍କ ହେପାଜତରେ ରଖାଯାଇଛି ।
ଶୁଭମ ଓ ରୋଶନୀଙ୍କ ଆତ୍ମହତ୍ୟା ପଛର କାରଣ ବାହାର କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ସୂଚନା ।