1xBet ମନି ଲଣ୍ଡରିଂ ମାମଲାରେ ନୂଆ ଟ୍ଵିଷ୍ଟ ; ଜବତ ହେବ ଖେଳାଳି ଏବଂ ଅଭିନେତାମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି !
ଅନଲାଇନ୍ ବେଟିଂ ଏବଂ ଗେମିଂ ପ୍ଲାଟଫର୍ମ 1xBet ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ED ଖୁବ୍ ଶୀଘ୍ର ଖେଳାଳି ଏବଂ ଅଭିନେତାମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିବ...
ନୂଆଦିଲ୍ଲୀ: ଅନଲାଇନ୍ ବେଟିଂ ଏବଂ ଗେମିଂ ପ୍ଲାଟଫର୍ମ 1xBet ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ED ଖୁବ୍ ଶୀଘ୍ର ଖେଳାଳି ଏବଂ ଅଭିନେତାମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିବ। ଏହି ସମ୍ପତ୍ତିଗୁଡ଼ିକୁ ଆଟାଚ୍ କରିବା ପରେ, ED ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିବ।
ଇଡି ତଦନ୍ତରୁ ଜଣାପଡିଛି ଯେ ଏଣ୍ଡୋର୍ସମେଣ୍ଟ ଫିସ୍ ଦେଇ କିଣାଯାଇଥିବା ସମ୍ପତ୍ତିଗୁଡ଼ିକ ଅପରାଧରୁ ପ୍ରାପ୍ତ ଆୟ ଥିଲା। କିଛି ସମ୍ପତ୍ତି ବିଦେଶରେ ଥିବା ସନ୍ଦେହ କରାଯାଉଛି। ଏପର୍ଯ୍ୟନ୍ତ କ୍ରିକେଟର ଯୁବରାଜ ସିଂହ, ସୁରେଶ ରୈନା, ରବିନ୍ ଉଥାପ୍ପା, ଶିଖର ଧାୱନ ଏବଂ ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ ଏବଂ ଅଙ୍କୁଶ ହାଜରାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଇଛି।
1xBet ପାଇଁ ଉର୍ବଶୀ ରାଉଟେଲାଙ୍କୁ ମଧ୍ୟ ସମନ କରାଯାଇଥିଲା, କିନ୍ତୁ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ। ଅନଲାଇନ୍ ବେଟିଂ ପ୍ଲାଟଫର୍ମ 1xBet ର ୨୨କୋଟି ଭାରତୀୟ ଉପଭୋକ୍ତା ଅଛନ୍ତି। କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ଅନଲାଇନ୍ ଗେମିଂକୁ ନିଷିଦ୍ଧ କରିଛନ୍ତି।
ଏହି ତଦନ୍ତରେ ଅନେକ ସେଲିବ୍ରିଟି ଏବଂ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି ଯେଉଁମାନେ ବେଟିଂ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ସହିତ ଟିକସ ଫାଙ୍କି ଏବଂ ନିବେଶକମାନଙ୍କୁ ଠକିବାର ଅଭିଯୋଗରେ ଅଭିଯୁକ୍ତ। ତେଣୁ ଖୁବ ଶୀଘ୍ର ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ।
ସୂଚନାମୁତାବକ ଏହି ମାମଲାରେ ଅନେକ କ୍ରିକେଟର ଏବଂ ଅଭିନେତାଙ୍କ ବୟାନ ପୂର୍ବରୁ ରେକର୍ଡ କରାଯାଇଥିଲା । ଏହି ମାମଲାରେ ସେମାନଙ୍କର ବୟାନ ରେକର୍ଡ କରିବା ପାଇଁ ED ୩୧ ବର୍ଷୀୟ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ବଙ୍ଗୀୟ ଅଭିନେତା ଅଙ୍କୁଶ ହାଜରାଙ୍କୁ ମଧ୍ୟ ସମନ କରିଥିଲା । ଉର୍ବଶୀ ରାଉତେଲା OneXBet ର ଭାରତୀୟ ଆମ୍ବାସଡର ।
(Disclaimer: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। ଓଡ଼ିଶା ଭାସ୍କର କୌଣସି ପ୍ରକାରର ବିଶ୍ୱାସ, ସୂଚନାକୁ ନିଶ୍ଚିତ କରେ ନାହିଁ।)