ଦୀପାବଳିରେ ସବୁ ରେକର୍ଡ ଭାଙ୍ଗିବ ସୁନା-ରୁପା ଦର, ସୁନା ୧.୨୫ ଲକ୍ଷ ରୁପା ୧.୫ ଲକ୍ଷରେ ବିକ୍ରି ହେବ!

ଆରେ ବାପରେ ଏକାଥରେ ଏତେ ବଢ଼ିଯିବ ଦାମ୍?

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଦେଖିବାକୁ ମିଳୁଛି। ବିଶେଷଜ୍ଞମାନେ ଏହା ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ଅନ୍ୟ କୌଣସି ମାସରେ ସୁନା ଏବଂ ରୂପାରେ ଏପରି ଗତି ଦେଖାଯାଇ ନାହିଁ।

ସେପ୍ଟେମ୍ବର ୩୦ ତାରିଖ ହେବାକୁ ଆହୁରି ଗୋଟିଏ ଦିନ ବାକି ରହିଛି ଏବଂ ଚଳିତ ମାସରେ ସୁନା ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇସାରିଛି। ରୂପା ମୂଲ୍ୟ ପୂର୍ବରୁ ୧୮ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଦୀପାବଳିକୁ ଆହୁରି ୨୦ ଦିନ ବାକି ଥିବାରୁ, ଦେଶର ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟ ଆହୁରି ବଢିପାରେ ବୋଲି ଆଶା କରାଯାଉଛି।  ଏମିତିକି ସୁନା ୧.୨୫ ଲକ୍ଷ ଟଙ୍କା ଏବଂ ରୁପା ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ।

ଯଦି ଏହା ହୁଏ, ତେବେ ସୁନା ବଜାରରେ ନିଆଁ ଲାଗିବା ଧାର୍ଯ୍ୟ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଳ୍କ ଉତ୍ତେଜନା ଜାରି ରହିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିରନ୍ତର ସୁନା କ୍ରୟ କରୁଛନ୍ତି।

ସୁନା ଏବଂ ରୂପା ETF ରେ ନିବେଶ ମଧ୍ୟ ଦେଖାଯାଉଛି। ଫଳସ୍ୱରୂପ, ସୁନା ଏବଂ ରୂପା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ତେବେ ଆସନ୍ତୁ ଜାଣିବା ସୁନା ଓ ରୁପାର ଦର ଏବେ କେତେ ରହିଛି।

ସୁନା କମିବାର ଚାନ୍ସ ନାହିଁ: ଯଦି ଦେଖିବା ଏବେ ସୁନା ମୂଲ୍ୟରେ ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ସୁନା ମୂଲ୍ୟ ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି।

ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ୬୭୪ ଟଙ୍କା ବୃଦ୍ଧି ପାଇ ୧,୧୪,୪୬୨ ଟଙ୍କାରେ ପହଞ୍ଚିଛି। ଯାହାକି ଶୁକ୍ରବାର ଦିନ ୧,୧୩,୭୮୮ ଟଙ୍କା ଥିଲା।

ରୁପା ଦାମ ବି ବୃଦ୍ଧି: ଅନ୍ୟପକ୍ଷରେ ରୂପା ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଘଟୁଛି। ଯାହା ୧.୫ ଲକ୍ଷର ଐତିହାସିକ ସ୍ତର ଆଡ଼କୁ ଗତି କରୁଛି। MCX ତଥ୍ୟ ଅନୁଯାୟୀ, ବାଣିଜ୍ୟ ଅଧିବେଶନ ସମୟରେ ରୂପା କିଲୋଗ୍ରାମ ପ୍ରତି ୨୦୭୯ ବୃଦ୍ଧି ପାଇ ୧,୪୩,୯୬୮ ର ଏକ ନୂତନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯାହାକି ଶୁକ୍ରବାର ଦିନ MCX ବନ୍ଦ ହେବା ସମୟରେ ମୂଲ୍ୟ ୧,୪୧,୮୮୯ ପ୍ରତି ଦଶ ଗ୍ରାମ ଥିଲା।