ଅଶାନ୍ତ ପିଓକେ; ଶେହବାଜ ସରିଫଙ୍କ ବିରୋଧରେ ରାସ୍ତାକୁ ବାହାରିଲେ କାଶ୍ମିରୀ ଜନତା, ଗମ୍ଭୀର ହେଉଛି ପରିସ୍ଥିତି…

୭୦ ବର୍ଷ ପରେ ବି ପିଓକେ ଲୋକଙ୍କୁ ମିଳୁନି ମୌଳିକ ଅଧିକାର

ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମିରୀରେ ଚାଲିଛି ଭୟାନକ ଦଙ୍ଗା । ଅଧିକାର ପାଇଁ ଲଢୁଛନ୍ତି ଏଏସି ବା ଆଓାମୀ ଆକ୍ସନ କମିଟିର ସଦସ୍ୟ । ଦୋକାନ ବଜାର ସଟଡାଉନ ହେବା ସହ ଘରୁ ଲୋକଙ୍କୁ ବାହାରିବାକୁ ମନା କରାଯାଇଛି । ରାସ୍ତାରେ ଗାଡି ଯିବା ଆସିବା ଉପରେ ରୋକ ଲଗାଇଛନ୍ତି ଅସନ୍ତୋଷ ଜନତା ।

ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟ୍ରାଇକ କରିବେ ବୋଲି କହିଛନ୍ତି ଏଏସିର ସଦସ୍ୟ । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି, କ’ଣ ରହିଛି କାରଣ, ଜାଣନ୍ତୁ…

ଦଙ୍ଗା ପଛର କାରଣ: ଏଏସି ହେଉଛି ଏକ ସିଭିଲ ରାଇଟ ଗ୍ରୁପ । ଏହା ମୁଖ୍ୟତଃ ପାକିସ୍ତାନ ଅଧିକୃତ କାଶ୍ମିରୀରେ ଲୋକଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ଦିଗରେ କାମ କରିଥାଏ । ଏହି ଗ୍ରୁପର କହିବା ଅନୁଯାୟୀ ପିଓକେ, ପାକିସ୍ତାନ ଅଧିନକୁ ଆସିବା ୭୦ ବର୍ଷ ବିତିସାରିଲାଣି ମାତ୍ର ପିଓକେର ଲୋକଙ୍କୁ ସେମାନଙ୍କ ମୌଳିକତ ଅଧିକାର ମିଳୁନାହିଁ । ନା କିଛି ଉନ୍ନତିମୂଳକ କାମ କରାଯାଉଛି, ନା ରାସ୍ତାଘାଟକୁ ସଜଡାଯାଉଛି ।

ଦାବି: ୩୮ ସୂତ୍ରୀ ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେଥିମଧ୍ୟରୁ ମୁଖ୍ୟ ଦାବିଗୁଡିକ ହେଉଛି…
୧.ପାଖରେ ଥିବା ମଙ୍ଗଳ ଡ୍ୟାମରୁ କମ ମୁଲ୍ୟରେ ବିଜୁଳି ଯୋଗାଣ ।
୨. ପାକିସ୍ତାନରେ ରହୁଥିବା ଶରଣାର୍ଥୀଙ୍କ ପାଇଁ , ପିଓକେ ବିଧାନସଭାରେ ୧୨ଟି ସ୍ୱତନ୍ତ୍ର ସିଟକୁ ହଟାଯାଉ । କାରଣ ଏହଦ୍ୱାରା ପିଓକେ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଛିା
୩. ଗରିବ ପରିବାର ପାଇଁ ସବସିଡିଯୁକ୍ତ ଅଟା
୪. ଇସଲାମାବାଦରୁ ଦୀର୍ଘ ପ୍ରତିଶୃତି ଦିଆଯାଇଥିବା ସଂସ୍କାର କାର‌୍ୟ୍ୟକାରୀ କରିବା

ଏନେଇ ଏଏସର ନେତା ଶୌକତ ନୱାଜ ମୀର କହିଛନ୍ତି କି ଆମେ କାହା ବିରୋଧରେ ଯାଉ ନାହିୁଁ । ଆମେ କେବଳ ସେହି ମୌଳିକ ଅଧିକାର ଦାବି କରୁଛୁ ଯାହା ଦଶନ୍ଧି ଧରି ଆମକୁ ଦେବାକୁ କହି ଦିଆଯାଇନାହିଁ ।

ସରକାରଙ୍କ ପ୍ରତିକ୍ରିଆ: ଦାବି ପୂରଣ କରିବା ବଦଳରେ ସରକାର ଆନ୍ଦୋଳନକାରୀଙ୍କ ବିରୋଧରେ କଡା ଆକ୍‌ସନ ନେବା ଆରମ୍ଭ କରିଛନ୍ତି । ଇସଲାମାବାଦରୁ ୧୦୦୦ ସୈନିକ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି । ଦଙ୍ଗା ଚାଲିଥିବା ଆଖପାଖ ଅଁଚଳରେ ଇଣ୍ଟରନେଟ ସଂଯୋଗ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ସରକାର ପଞ୍ଜାବରୁ ଅନେକ ସୈନିକଙ୍କୁ ଘଟଣାସ୍ଥଳରେ ପହଁଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।