fbpx

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୧୨: ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଟଳ ବିହାରୀଙ୍କ ଜନ୍ମଦିନ ଅବସରରେ ୬ହଜାର କୋଟି ଟଙ୍କାର ଏହି ଯୋଜନା ଉଦଘାଟିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭ଟି ରାଜ୍ୟର ୭୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୃଷକ ଆମଦାନୀ ବଢ଼ାଇବା ପାଇଁ ଅଟଳ ଭୂଜଳ ଯୋଗାଣକୁ ମଞ୍ଜୁରି ମିଳିଥିଲା ।

ତେବେ ୭ଟି ରାଜ୍ୟ ଏହି ଅଟଳ ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନାରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ରାଜସ୍ଥାନ ସାମିଲ ରହିଛି । କୃଷକମାନଙ୍କର ଆୟକୁ ଦୁଇଗୁଣ ବଢାଇବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୮,୩୫୦ ଗାଁ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ।

Get real time updates directly on you device, subscribe now.