fbpx

ଜାଲ୍ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚର ଆଡ଼ଭାଇଜରି

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ଜାଲ ନିଯୁକ୍ତି ୱେବସାଇଟ ପାଇଁ କ୍ରାଇମବ୍ରାଞ୍ଚ ଆଡ଼ଭାଇଜରି ଜାରି କରିଛି । ସବୁ ଏସପି ଓ ଡିସିପିଙ୍କୁ ଆଲର୍ଟ ରହିବାକୁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି । shinejob.tech ନାମକ ୱେବସାଇଟ ମାଧ୍ୟମରେ ଠକେଇ ହେଉଛି । ୱେବସାଇଟରେ ଚାକିରି ପାଇଁ ଆବେଦନ କରିବାକୁ ହେଲେ ୧୦ଟଙ୍କା ଖର୍ଚ୍ଚ ନେଉଛନ୍ତି । ଅନଲାଇନ ମାଧ୍ୟମରେ ଟଙ୍କା ଦେବା ପରେ ହ୍ୟାକରମାନେ ଆକାଉଣ୍ଟ ହ୍ୟାକ କରୁଛନ୍ତି । ଆକାଉଣ୍ଟ ହ୍ୟାକ କରି ଟଙ୍କା ଉଠାଇ ନେଉଛନ୍ତି । shinejob.comୱେସାଇଟ ଜର୍ମାନୀ ଏକ କମ୍ପାନୀ । ହ୍ୟାକରମାନେ ଏହି ୱେବସାଇଟ ହ୍ୟାକ କରି shinejob.tech କରିଛନ୍ତି । ଏଭଳି ଫେକ୍ ୱେବସାଇଟ ଉପରେ ଭରସା ନ କରିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.